ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ – ଆଜି ଆପଣ, ଘର ସକାଶେ, ଜମିଜମା ପାଇଁ କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ ବନ୍ଧୁ ପିଲାମାନେ ସାହାର୍ଯ୍ୟ କରିବେ

ବୃଷ ପରିବାରରେ ପୁଅ, ଝିଅଙ୍କ ସମ୍ପର୍କୀୟ ସମସ୍ୟା, ଭାଇ କିମ୍ବା ସହକର୍ମୀଙ୍କ ସହ ଝଗଡା ଦୁଶ୍ଚିନ୍ତାର କାରଣ ହେବ ସ୍ୱାସ୍ଥ୍ୟ ମଧ୍ୟ ବିଶେଷ ଭଲ ରହିବ ନାହିଁ

ମିଥୁନ – ଆପଣ ଆଜି କିଛି କଡା ଭାଷା ପ୍ରୟୋଗ କରି ଶତ୍ରୁତା ଅର୍ଜନ କରିବେ ଯେଉଁ କ୍ଷେତ୍ରରେ ଯାହାକି ନିଷ୍ପତ୍ତି ନେବେ ତାହା ଶେଷ ସମୟରେ ଓଲଟା ପାଲଟ ହୋଇଯିବ

କର୍କଟ ପାରିବାରିକ ଜୀବନରେ ଶାନ୍ତି ସ୍ଥିରତା ଅବ୍ୟାହତ ରହିବ ଅବଶ୍ୟ ସବୁ କଥାରେ ନରମି ରହି ପାରିଲେ ହିଁ ସୁଫଲ ପାଇବେ

ସିଂହ ବୃଥା ସନ୍ଦେହ ଭୁଲ୍ ବୁଝାମଣା କାରନରୁ ପାରିବାରିକ କ୍ଷେତ୍ର ସମସ୍ୟା ବହୁଳ ରହିବ ଯାନ୍ତ୍ରିକ ତ୍ରୁଟିକୁ ସୁଧାରି ନେଇ ଚାଳନାରେ ସତର୍କ ରହିବା ଭଲ, ନଚେତ୍ ହଇରାଣ ହେବେ

କନ୍ୟା – ଆପଣ ବହୁତ ପୂର୍ବରୁ ଯେଉଁ ପ୍ରାପ୍ୟ ପାଇବାର ଥିଲା ଆଜି ହିଁ ତାହା ପାଇବାର ସୂଚନା ମିଳିବ ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି

 ତୁଳା ସବୁ କଥାରେ ନୀରବଦ୍ରଷ୍ଟା ସାଜିବା ଦ୍ୱାରା ଆଗାମୀ ସମୟରେ ହଇରାଣରେ ପଡିପାରନ୍ତି ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ

ବିଛା କର୍ମକ୍ଷେତ୍ରରେ ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ କଚେରୀ ମାମଲା, ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରେ

ଧନୁ ଆଜି ପଡୋଶୀ, ସହକର୍ମୀ କିମ୍ବା ଭାଇ, ଭଉଣୀଙ୍କ କ୍ଷେତ୍ରରୁ କୌଣସି ସମ୍ମୁଖୀନ ହେବାକୁ ପଡିପାରେ ନୂତନ କାମର ପରିକଳ୍ପନା କରିବା ସଙ୍ଗକୁ ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି

ମକର ଦୀର୍ଘଦିନରୁ କଥା କହୁ ଥିବା ବନ୍ଧୁଟି ସହ ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ କର୍ମକ୍ଷେତ୍ରରେ ଟେନ୍ସନ୍ କିଛି ମାତ୍ରାରେ କମିଯିବା କାରଣରୁ ଆଶ୍ୱସ୍ତି ଲାଭ କରିପାରନ୍ତି

କୁମ୍ଭ ଆଜି ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ସଂକୁଚିତ ମନେ କରିବେ ମନ ଭଲ ଥିବା କାରଣରୁ କାହାର ଭଲ କଥା ମଧ୍ୟ ଆପଣଙ୍କୁ ଭଲ ଲାଗି ପାରେ

ମୀନ ଆଜି ପରିବାରରେ ପିଲାମାନଙ୍କର କିଚି ସମସ୍ୟା ମନକୁ ବିଚଳିତ କରିବ ଏଣେ ଅଫିସ୍ରେ ମଧ୍ୟ ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ