ଅକ୍ଷୟ କୁମାର ହସ୍ପିଟାଲରୁ ଡିସଚାର୍ଜ ହେଲେ

ଅକ୍ଷୟ କୁମାର ହସ୍ପିଟାଲରୁ ଡିସଚାର୍ଜ ହେଲେ

ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ହସ୍ପିଟାଲରୁ ଡିସଚାର୍ଜ ହେଲେ ବଲିଉଡ଼ ଅଭିନେତା ଖିଲାଡ଼ି ଅକ୍ଷୟ କୁମାର । ଖିଲାଡ଼ିଙ୍କୁ ଦେଖି ସମସ୍ତେ ଖୁସିଥିବା ସେ ଜଣାଇଛନ୍ତି ।ସୂଚନା ଅନୁସାରେ ଅକ୍ଷୟ କୁମାର ତାଙ୍କ ଆଗାମୀ ଫିଲ୍ମ ‘ରାମ ସେତୁ’ର ଶୁଟିଂ କରୁଥିବା ସମୟରେ କରୋନା ଆକ୍ରାନ୍ତ ହୋଇଥିଲେ । ଅକ୍ଷୟଙ୍କ ବ୍ୟତୀତ ‘ରାମ ସେତୁ’ ଫିଲ୍ମର ୪୫ ଜଣ ଜୁନିୟର କଳାକାରମାନେ କରୋନା ଆକ୍ରାନ୍ତ ହୋଇଥିଲେ ।ନିକଟରେ ଖବର ଆସିଥିଲା କି, ଅକ୍ଷୟ କୁମାରଙ୍କୁ ‘ଗୋଲଡେନ ଗ୍ଲୋବ ଅନର୍ସ ଫାଉଣ୍ଡେସନ’ ପକ୍ଷରୁ ସମ୍ମାନିତ କରାଯିବ।