କରୋନା ରୋଗୀଙ୍କ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ଅକ୍ଷୟ-ଟ୍ୱିଙ୍କଲ୍

କରୋନା ରୋଗୀଙ୍କ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ଅକ୍ଷୟ-ଟ୍ୱିଙ୍କଲ୍

ମୁମ୍ବାଇ, ୨୮। ୪  : ଦେଶରେ କରୋନା ମହାମାରୀର ଦ୍ରୁତ ସଂକ୍ରମଣ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ଅକ୍ସିଜେନର ଅଭାବ ଦେଖାଦେଇଛି । ଏହିଭଳି ସମୟରେ ସହଯୋଗର ହାତ ବଢ଼ାଇଛନ୍ତି ଖିଲାଡି ଅକ୍ଷୟ କୁମାର ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଟ୍ୱିଙ୍କଲ୍ ଖନ୍ନା । ଦୁହେଁ ଆଜି କୋଭିଡ୍ ରୋଗୀଙ୍କ ପାଇଁ ୧୦୦ଟି ଅକ୍ସିଜେନ୍ କନସେନଟ୍ରେଟର୍ ଦାନ କରିଛନ୍ତି । ଏନେଇ ଟ୍ୱିଙ୍କଲ୍ ଟୁଇଟ୍ କରି ସୁଚନା ଦେଇଛନ୍ତି । ସେ ବିଷୟରେ ସୁଚନା ଦେଇ କହିଛନ୍ତି ଯେ, ସେ ଏହି କାମ ଲଣ୍ଡନର ଏକ ଫାଉଣ୍ଡେସନ୍ ସହ ମିଶି କରିଛନ୍ତି । ଏଥିସହିତ ଉକ୍ତ ଫାଉଣ୍ଡେସନ୍ ୧୦୦ଟି ଅକ୍ସିଜେନ୍ କନସେନଟ୍ରେଟର୍ ସହିତ ପରେ ଆହୁରି ୧୨୦ ଅକ୍ସିଜେନ୍ କନସେନଟ୍ରେଟର୍ ଉପଲବ୍ଧ କରାଇବ । ଏହି ପୋଷ୍ଟକୁ ସେୟାର କରିବା ପରେ ଅକ୍ଷୟ କୁମାର ଏବଂ ଟ୍ୱିଙ୍କଲ୍ ଙ୍କୁ ଲୋକମାନେ ସେମାନଙ୍କ ଭଲ କାମ ପାଇଁ ପ୍ରଶଂସା କରିଛନ୍ତି । ତାଙ୍କ ଟୁଇଟ୍ ଏବେ ଭାଇରାଲ୍ ହେବାରେ ଲାଗିଛି ।