ବିଧାନସଭା ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର ହେବ କୋଭିଡ ଟେଷ୍ଟ

ବିଧାନସଭା ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର ହେବ କୋଭିଡ ଟେଷ୍ଟ

ରାଜ୍ୟ ବିଧାନସଭା ଅଧିବେଶନର ଦୁଇ ଦିନ ପୂର୍ବରୁ ସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀମାନଙ୍କର କରୋନା ନମୁନା ପରୀକ୍ଷା କରାଯିବ ବୋଲି  ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କ ହେବ କୋଭିଡ୍ ଟେଷ୍ଟ । ଯେଉଁ ବିଧାୟକମାନଙ୍କର ରିପୋର୍ଟ ନେଗେଟିଭ୍ ଆସିବ, ସେମାନେ ବିଧାନସଭା ଯିବେ । ଭୁବନେଶ୍ବର ମହାନଗର ନିଗମ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନମୁନା ପରୀକ୍ଷା କରାଯିବ । ଏହା ସହ ବିଧାନସଭାରେ ସାମାଜିକ ଦୂରତା ଓ ମାସ୍କ ମାଧ୍ୟତାମୂଳକ ବୋଲି ବାଚସ୍ପତି କହିଛନ୍ତି ।