ସୁପ୍ରିମକୋର୍ଟର ସମସ୍ତ କର୍ମଚାରୀ ଏବଂ ଜଷ୍ଟିସ୍ ଏମ୍ ଆର ଶାହ କରୋନା ପଜିଟିଭ୍

ସୁପ୍ରିମକୋର୍ଟର ସମସ୍ତ କର୍ମଚାରୀ ଏବଂ ଜଷ୍ଟିସ୍ ଏମ୍ ଆର ଶାହ କରୋନା ପଜିଟିଭ୍

ନୁଆଦିଲ୍ଲୀ, ୧୫/୪: ସାରା ଦେଶରେ କରୋନା କହରର ସାଂଘାତିକ ରୁପ ଥିବା ବେଳେ ଆଉ ଗୋଟିଏ ସଙ୍ଗୀନ ଖବର ପହଞ୍ଚିଛି । ସୁପ୍ରିମକୋର୍ଟର ସମସ୍ତ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ କୋର୍ଟର ଜଷ୍ଟିସ୍ ଏମ୍ ଆର ଶାହ ସୁଚନା ଦେଇଛନ୍ତି । ସେ ନିଜେ ମଧ୍ୟ ସଂକ୍ରମିତ ଥିବା କହିଛନ୍ତି ଏବଂ କୋର୍ଟର ସମସ୍ତ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ଜଣାଇଛନ୍ତି । ପୁଣି ଥରେ ସଂକ୍ରମଣ ବଢ଼ୁଥିବାରୁ କୋର୍ଟରେ ନୁତନ ଗାଇଡଲାଇନ୍ ଲାଗୁ ହୋଇଥିଲା । ତାହା ହେଉଛି ସୁପ୍ରିମକୋର୍ଟରେ କାର୍ଯ୍ୟରତ ଥିବା କର୍ମଚାରୀ ମାନଙ୍କଠାରେ ଯଦି କରୋନାର ପ୍ରାଥମିକ ଲକ୍ଷଣ ଦେଖାଯାଏ ତେବେ ସେମାନେ ଆରଟିପିସିଆର୍ ଟେଷ୍ଟ କରାଇବେ ଏବଂ ନିଜକୁ ଆଇସୋଲେଟ୍ କରିବେ । ନିକଟରେ କୋର୍ଟର ୩୫ ଜଣ କର୍ମଚାରୀ କରୋନା ସଂକ୍ରମିତ ଥିବା ଜଣାପଡିଥିଲା । ତେଣୁ ଶୁଣାଣି ବନ୍ଦ କରିବା ନେଇ ନିଷ୍ପତି ହୋଇଥିବା ସହିତ ଭର୍ଚୁଆଲ ମାଧ୍ୟମରେ ଶୁଣାଣି କରିବାକୁ ଘୋଷଣା ହୋଇଥିଲା । ଏଥିସହିତ କୋର୍ଟ ପରିସରକୁ ସାନିଟାଇଜ୍ କରା ଯାଇଥିଲା ।