ରାଜଧାନୀ ରେ ଲଭ ଜିହାଦ ଅଭିଯୋଗ

ରାଜଧାନୀ ରେ ଲଭ ଜିହାଦ ଅଭିଯୋଗ

ଭୁବନେଶ୍ୱର: ବଜରଙ୍ଗ ଦଳ ପକ୍ଷରୁ ବଡଗଡ ଥାନାରେ ଏତଲା । ଅଭିଯୋଗ ମୁତାବକ ଭୁବନେଶ୍ୱର ୟୁନିଟ ୨ ଅଂଚଳରେ ଜଣେ ଗରିବ ଘରର ହିନ୍ଦୁ ନାବାଳିକା ଝିଅ କୁ ଜଣେ ମୁସଲିମ ପୁଅ ଜୋର ଜବରଦସ୍ତ ପ୍ରେମ ଜାଲରେ ଫସାଇ ବିବାହ କରିବାକୁ ଉଦ୍ୟମ କରୁଥିଲେ। ମୁସଲମାନ ଯୁବକ ବାରମ୍ବାର ତା ଘରକୁ ଡାକି ଶାରୀରିକ ନିର୍ଯ୍ୟାତନା ଦେଇ ଛାଡୁଥିଲା। ପରିବାର ଲୋକ ଅଭିଯୋଗ କଲେ ବି ଯୁବକ ଜଣକ ଲୋକ ଲଗେଇ ଧମକ ଦେବା ସହ ମାଡ ମଧ୍ୟ ମାରୁଥିବା ଅଭିଯୋଗ କରିଛନ୍ତି ଝିଅ ପରିବାର। ଝିଅ ନାବାଳିକା ଥିବା ସତ୍ତ୍ୱେ କୋର୍ଟ ରେ ଆଜି ଜବରଦସ୍ତ ଝିଅକୁ ବିବାହ କରିବା ପାଇଁ ଅଡି ବସିଥିଲା । ଖବର ପାଇ ବଜରଙ୍ଗ ଦଳ ଝିଅ କୁ ଉଦ୍ଧାର କରି ବରଗଡ଼ ଥାନାରେ ଜିମା ଦେଇଛି । ନାବାଳିକା ଝିଅ ଓ ତାଙ୍କ ବାପା ଥାନାରେ ଅଟକ ଥିବା ବେଳେ ମୁସଲମାନ ଯୁବକ ଫେରାର ରହିଛି।