ଜମିବାଡ଼ି ବିବାଦ କୁ ନେଇ ଏକ ନିରୀହ ବାଳକ ର ମୁଣ୍ଡ ଗଡ଼ିଛି

ଜମିବାଡ଼ି ବିବାଦ କୁ ନେଇ ଏକ ନିରୀହ ବାଳକ ର ମୁଣ୍ଡ ଗଡ଼ିଛି

ଆଙ୍କର- ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜମିବାଡ଼ି ବିବାଦ କୁ ନେଇ ଏକ ନିରୀହ ବାଳକ ର ମୁଣ୍ଡ ଗଡ଼ିଛି । ହତ୍ୟାକାରୀ ଜିତେନ ପୋଡ଼ ଗାଁର ଧନପତ ଗହୀର ଙ୍କୁ ପ୍ରଥମେ ହତ୍ୟା ଉଦ୍ୟମ କରି ଲହୁ ଲୁହାଣ କରିଥିବା ବେଳେ ଧନପତ ଗହୀରର ଭାଇ ୮ ବର୍ଷ ର ପରମେଶ୍ୱର ଗହୀର କୁ ନିର୍ମମ ଭାବେ ହତ୍ୟା କରିଛି । ପୋଲିସ ଅଭିଯୁକ୍ତ ଜିତେନ କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ପଣ୍ଡରେନ ଗାଁର ଜିତେନ ପୋଢ କିଛି ଦିନ ଆଗରୁ ଧନପତ ଗହୀର କୁ ଜମି ମାଗୁଥିଲା । ଧନପତ ମୁଁ ମୋର ଜମି କାହିଁକି ମାଗଣାରେ ଦେବି ବୋଲି ମନା କରିଦେଇଥିଲା । ତେବେ ଆଜି ସକାଳ ସମୟରେ ଧନପତ ଏକ ବାଇକରେ ଗାଁର ଥିବା ଚାଷ ଜମିକୁ ବୁଲି ଯାଇଥିବା ସମୟରେ ଜିତେନ ମରଣାନ୍ତକ ଆକ୍ରମଣ କରିଥିଲା । ଜିତେନ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିବା ବେଳେ ସେହି ଚାଷ ଜମିରେ ପୂର୍ବରୁ ଥିବା ୮ ବର୍ଷ ର ବାଳକ ପରମେଶ୍ୱର କୁ ଟାଙ୍ଗିଆ ଆକ୍ରମଣ କରି ହତ୍ୟା କରିଥିଲା । ଘଟଣା ଘଟାଇ ଜିତେନ ବାଇକ ରେ ତାର ପରିବାର କୁ ଗାଁରୁ ଅନ୍ୟତ୍ର ନେଇ ଯାଉଥିବା ସମୟରେ ତୁରେକେଲା ପୋଲିସ ଜିତେନ କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।