ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ। ଡିସେମ୍ବରରୁ ଲାଗୁ ହେବ। ପିଏମ୍ ପୋଷଣ ଯୋଜନାରେ ରାଜ୍ୟରେ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଛନ୍ତି ରାଜ୍ୟ ସରକାର । ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ପୂର୍ବରୁ ୫ ଟଙ୍କା ୯୦ ପଇସା ଥିଲା । ଏଣିକି ଖର୍ଚ୍ଚ ହେବ ୭ଟଙ୍କା ୬୪ ପଇସା । ସେହିପରି ଉଚ୍ଚ ପ୍ରାଥମିକ ପିଲାଙ୍କ ପାଇଁ ଖର୍ଚ୍ଚ ଥିଲା ୮ଟଙ୍କା ୮୨ ପଇସା । ଏଣିକି ଖର୍ଚ୍ଚ ହେବ ୧୦ ଟଙ୍କା ୯୪ ପଇସା । ତେବେ ନୂଅ ବିଜେପି ସରକାର ଆସିବା ପରେ ମଧ୍ୟାହ୍ନ ଭୋଜନରେ ୧ଟଙ୍କା ବୃଦ୍ଧି ହୋଇଥିଲା । ପୁଣି ଥରେ ଖର୍ଚ୍ଚକୁ ସଂଶୋଧନ କରି ନୂଆ ଖର୍ଚ୍ଚ ଲାଗୁ କରିଛନ୍ତି ସରକାର । ଡିସେମ୍ବରରୁ ଲାଗୁ ହେବ ଏହି ନୂଆ ଖର୍ଚ୍ଚ ।