ଓଡ଼ିଶାକୁ ଫେରିଲା ସପ୍ତାହନ୍ତ ସଟ୍ଡାଉନ୍

ଓଡ଼ିଶାକୁ ଫେରିଲା ସପ୍ତାହନ୍ତ ସଟ୍ଡାଉନ୍

• ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ରାଜ୍ୟରେ କୋଭିଡ ସଂକ୍ରମଣ ବଢି ଚାଲିଥିବା ବେଳେ ମୁଖ୍ୟ ଶାସନ ସଚିବ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ସମୟ ପରିବର୍ତ୍ତନ କରାଗଲା।
• ୧୦ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସଂଧ୍ୟା ୬ରୁ ସକାଳ ୫ ନାଇଟ କର୍ଫ୍ୟୁ।
• ଅନ୍ୟ ସମସ୍ତ ୨୦ ଜିଲ୍ଲାର ସହରାଞ୍ଚଳରେ ମଧ୍ୟ ନାଇଟ କର୍ଫ୍ୟୁ
• ରାତି ୯ରୁ ସକାଳ ୫ଟା ଯାଏ ଲାଗୁ ହେବ ନାଇଟ କର୍ଫ୍ୟୁ
• ସଂପୃକ୍ତ ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ନେଇ ଘୋଷଣା
• ଆସନ୍ତା ଶନିବାରଠାରୁ ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ।
• ପ୍ରତି ଶନିବାର ଓ ରବିବାର ଦିନ ସଟଡାଉନ ନେଇ ଘୋଷଣା।
• ଅନ୍ୟ ସମସ୍ତ ୨୦ ଜିଲ୍ଲାର ସହରାଞ୍ଚଳରେ ମଧ୍ୟ ନାଇଟ କର୍ଫ୍ୟୁ।
• ୨୦ ଜିଲ୍ଲାରେ ରାତି ୯ରୁ ସକାଳ ୫ଟା ଯାଏ ଲାଗୁ ହେବ ନାଇଟ କର୍ଫ୍ୟୁ।
• କଟକ, ଭୁବନେଶ୍ୱର ସହ ସବୁ ସହରରେ ନାଇଟ କର୍ଫ୍ୟୁ।
• ନାଇଟ କର୍ଫ୍ୟୁରେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ।
• ପରିଚୟପତ୍ର ଦେଖାଇ ଅତ୍ୟାବଶ୍ୟକ ସେବା କର୍ମଚାରୀ ଯାଇପାରିବେ।
• ଅତ୍ୟାବଶ୍ୟକ ମାଲ ପରିବହନ କାର୍ଯ୍ୟ ମଧ୍ୟ ଚାଲୁ ରହିବ
ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟର ମାଟ୍ରିକ ଓ ପ୍ଲସ୍ ଟୁ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସ୍ଥଳେ ମୁଖ୍ୟ ଶାସନ ସଚିବ କଣ କହିବେ ତାହା ଉପରେ ସମସ୍ତଙ୍କ ନଜର ରହିଥିଲା।
ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। ଏହାରି ଭିତରେ ଆଜି ରାଜ୍ୟରେ ଦୈନିକ ସଂକ୍ରମଣ ୩ ହଜାର ଉପରେ ଚିହ୍ନଟ ହୋଇଛି। ସୁନ୍ଦରଗଡରୁ ସର୍ବାଧିକ ୬୩୧ ଜଣ ଆକ୍ରାନ୍ତ ରହିଛନ୍ତି। ଗତକାଲି ମୁଖ୍ୟ ସଚିବ ସୁନ୍ଦରଗଡ ଯାଇ କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି।