ଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ

ମହାରାଷ୍ଟ୍ର ନାଗପୁରରୁ ଆଉ ୨ ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଶିଶୁଙ୍କ ବୟସ ଯଥାକ୍ରମେ ୭ ବର୍ଷ ଓ ୧୩ ବର୍ଷ ।

ଛୋଟ ପିଲା, ବୃଦ୍ଧ ଏବଂ ଦୁର୍ବଳ ଇମ୍ୟୁନ୍ ସିଷ୍ଟମ୍ ଥିବା ଲୋକ ଏହାର ସବୁଠାରୁ ବଡ଼ ଶିକାର ହୋଇପାରନ୍ତି । ଏହା ନିମୋନିଆ ଏବଂ ବ୍ରୋଙ୍କିଓଲାଇଟିସ୍ ଭଳି ଗୁରୁତର ଶ୍ଵାସରୋଗ ମଧ୍ୟ ସୃଷ୍ଟି କରିପାରେ । ପ୍ରାଥମିକ ପର୍ଯ୍ୟାୟରେ ଆକ୍ରାନ୍ତ ଶିଶୁଙ୍କ ଠାରେ ସାମାନ୍ୟ ଥଣ୍ଡାର ଲକ୍ଷଣ ଦେଖାଦେଉଛି । ଏଥିସହ ବୟସ୍କ ଓ ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ରହୁଛି ସେମାନଙ୍କ ଠାରେ ଏହାର ଲକ୍ଷଣ ଦେଖାଦେଉଛି । ଶୀତଦିନେ ଏହାର ପ୍ରଭାବ ଅଧିକ ରହିଥାଏ । ଚୀନର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ମୁତାବକ, HMPV ଭାଇରସ୍ ସାଧାରଣ ଥଣ୍ଡା ପରି ଲକ୍ଷଣ ସୃଷ୍ଟି କରେ ।

 

Comments (0)
Add Comment