ମଣିପୁରରେ ପୁଣି ଉତ୍ତେଜନା, ସ୍ଥିତି ନିୟନ୍ତ୍ରଣ ଲାଗି ୯ଟି ଜିଲ୍ଲାରେ ଇଣ୍ଟରନେଟ ସେବା ଉପରେ କଟକଣା

ମଣିପୁରରେ ପୁଣି ଉତ୍ତେଜନା । ସ୍ଥିତି ନିୟନ୍ତ୍ରଣ ଲାଗି ୯ଟି ଜିଲ୍ଲାରେ ବଢିଲା ଇଣ୍ଟରନେଟ ସେବା ଉପରେ କଟକଣା । ଯେଉଁ ଜିଲ୍ଲାଗୁଡିକ ଲାଗି କଟକଣା ଜାରି କରାଯାଇଛି ସେହି ଜିଲ୍ଲାଗୁଡିକ ହେଲା- ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, କାକଚିଙ୍ଗ, ବିଷ୍ଣୁପୁର, ଥୋବାଲ, ଚୁରାଚାନ୍ଦପୁର, କାଙ୍ଗୋକପି, ଫେର୍ଜାଓ୍ବାଲ ଓ ଜିରିବାମ । ଜିରି ଓ ବାରାକ ନଦୀରୁ ତିନି ମହିଳା ଓ ତିନି ଶିଶୁଙ୍କ ମୃତଦେହ ମିଳିବା ପରେ ଏହି ଜିଲ୍ଲାଗୁଡିକରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ ନଭେମ୍ବର ୧୬ରୁ ସେହି ଜିଲ୍ଲାଗୁଡିକରେ ଇଣ୍ଟରନେଟ ସେବା ଉପରେ କଟକଣା ଲଗାଯାଇଥିଲା । ପରେ ରାଜ୍ୟ ପାଞ୍ଚଟି ଜିଲ୍ଲା – ଇମ୍ଫାଲ୍ ୱେଷ୍ଟ୍, ଇମ୍ଫାଲ୍ ଇଷ୍ଟ, ବିଷ୍ଣୁପୁର, କାଚଚିଂ ଏବଂ ଥୋବାଲରେ ବ୍ୟାପକ ବିରୋଧ ଓ କର୍ଫ୍ୟୁ କରିଥିଲା। ନଭେମ୍ବର ୧୧ରେ ଜିରିବାମ ଜିଲ୍ଲାରେ ଏନକାଉଣ୍ଟର ପରେ ଏହି ବ୍ୟକ୍ତିମାନେ ନିଖୋଜ ହୋଇଯାଇଥିଲେ, ଯେଉଁଠାରେ ସୁରକ୍ଷା ବାହିନୀ ଦଶ ଜଣ ସଶସ୍ତ୍ର ମାଓବାଦୀଙ୍କୁ ହତ୍ୟା କରିଥିଲେ।