ରାଜଧାନୀରେ ଆପାର୍ଟମେଣ୍ଟ୍‌ ସିଲ୍‌

ରାଜଧାନୀରେ ଆପାର୍ଟମେଣ୍ଟ୍‌ ସିଲ୍‌

ଭୁବନେଶ୍ୱର, ୦୬/୦୪: ରାଜଧାନୀ ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟ୍କୁ ସିଲ୍ କରିଛି ପ୍ରଶାସନ । ଟଙ୍କ ପାଣି ରୋଡ୍ ସ୍ଥିତ ତରୁ ଆପାର୍ଟମେଣ୍ଟ ସିଲ୍ ହୋଇଥିବା ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ ।ସୂଚନା ଅନୁସାରେ, ଆପାର୍ଟମେଣ୍ଟ୍ରୁ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସିଲ୍ କରାଯାଇଛି । ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ପ୍ରାୟ ୧୦ ଦିନ ଏହି ସିଲ୍ ବଳବତ୍ତର ରହିବ । ଆପାର୍ଟମେଣ୍ଟ୍ ଭିତରୁ କେହି ବାହାରକୁ ଆସିପାରିବେ ନାହିଁ । ସେହିପରି ବାହାରୁ କେହି ଆପାର୍ଟମେଣ୍ଟ୍ ଭିତରକୁ ଯାଇପାରିବେ ନାହିଁ । କେବଳ ସ୍ୱୀକୃତି ଦିଆଯାଇଥିବା ମହାନଗର ନିଗମ ଅଧିକାରୀ ଭିତରକୁ ଯାଇପାରିବେ ବୋଲି ଏକ ବିଜ୍ଞପ୍ତି ଜାରି କରି ନିଗମ ଜଣାଇଛନ୍ତି ।