ରାଜ୍ୟରେ +3 ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି, ସେପ୍ଟେମ୍ବର ୮ରୁ ୨୨ ଯାଏ ନାମଲେଖା

ରାଜ୍ୟରେ +3 ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି, ସେପ୍ଟେମ୍ବର ୮ରୁ ୨୨ ଯାଏ ନାମଲେଖା

ରାଜ୍ୟରେ +୩ ନାମଲେଖା ପାଇଁ ତାରିଖ ପ୍ରକାଶ ପାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ସେପ୍ଟେମ୍ବର ୮ରୁ ୨୨ ଯାଏ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ ।

ଏହା ସହିତ ସେପ୍ଟେମ୍ବର ୨୮ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ସେହିଭଳି ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୩ ଯାଏ ପ୍ରଥମ ପର୍ଯ୍ୟାୟ ନାମଲେଖା ଚାଲିବ । ଅକ୍ଟୋବର ୮ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ।