ଲଗାତାର ଲଘୁଚାପ ଜନିତ ବର୍ଷା ଯୋଗୁ ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ଗର୍ଭଗୃହରେ ବର୍ଷାଜଳ ପଶି ଯାଇଛି। ଫଳେର ବିଗ୍ରହ ବୁଡ଼ି ଯାଇଛନ୍ତି। ଗତ ମଙ୍ଗଳବାର ରାତିରେ ମନ୍ଦିର ପଶ୍ଚିମ ଦ୍ୱାର ଓ ପାଦୁକ କୁଣ୍ଡ ଦେଇ ବର୍ଷାପାଣି ଗର୍ଭଗୃହରେ ପଶିଛି । ଫଳରେ ବୁଧବାର ସକାଳୁ ଠାକୁରଙ୍କର ନୀତିକାନ୍ତି ବିଲମ୍ଭରେ ହୋଇଥିବାର ଜଣାପଡିଛି । ସୂଚନାଯୋଗ୍ୟ ଯେ, ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଗର୍ଭଗୃହ ପଥର ଚଟାଣ ମରାମତି ୨୦୧୮ ମସିହାରେ କରାଯାଇଥିଲା।ଏହାପରେ ମଧ୍ୟ ପଥର ଚଟାଣରେ ଫାଟ ସୃଷ୍ଟି ହୋଇ ଗର୍ଭଗୃହରେ ପାଣି ଜମିଥିବାର ଜଣାପଡିଛି ।