ସମୁଦ୍ରରେ କାଗଜପତ୍ର ଭସାଉଥିବା ବେଳେ ଚୋକସିଙ୍କୁ ଧରିଥିଲେ ପୋଲିସ

ସମୁଦ୍ରରେ କାଗଜପତ୍ର ଭସାଉଥିବା ବେଳେ ଚୋକସିଙ୍କୁ ଧରିଥିଲେ ପୋଲିସ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ମହାଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ଡୋମିନିକାରୁ ଧରା ପଡିଛି । ଚୋକସି ଡୋମିନିକାରୁ କ୍ୟୁବା ଫେରାର ମାରିବାକୁ ଚାହୁଁଥିଲା । ପୋଲିସ ଅନୁସାରେ ମେହୁଲ ଚୋକସିଙ୍କୁ ଡୋମିନିକାର ରାଜଧାନୀ ରୋଜର କ୍ୟାନଫିଲ୍ଡ ସମୁଦ୍ର କୂଳରେ ଦେଖିବାକୁ ମିଳିଥିଲା । ସେହି ସମୟରେ ସେ ସମୁଦ୍ର କୂଳରେ କିଛି ଜରୁରୀ ଦସ୍ତାବିଜ ଭସାଇ ନଷ୍ଟ କରିବାକୁ ଚେଷ୍ଟା କରୁଥିଲା । ସେହି ସମୟରେ ଡୋମିନିକା ପୋଲିସ ତାଙ୍କୁ କାବୁ କରି ନେଇଥିଲେ । ଉଲ୍ଲେଖନୀୟ ଇଂଟରପୋଲ ଚୋକସିର ଗିରଫଦାରୀ ପାଇଁ ୟେଲୋ ନୋଟିସ୍ ଜାରି କରିଥିଲା । ଏବେ ଚୋକସିଙ୍କ ଭାରତ ପ୍ରତ୍ୟର୍ପଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଅନ୍ୟପଟେ ଆଂଟିଗୁଆର ପ୍ରଧାନମନ୍ତ୍ରୀ ଗ୍ୟାଷ୍ଟନ ବ୍ରାଉନି ମଧ୍ୟ ସଙ୍କେତ ଦେଇ ସାରିଛନ୍ତି ଯେ, ଚୋକସିଙ୍କୁ ସିଧାସଳଖ ଭାରତ ପଠାଯିବ । ସେ କହିଛନ୍ତି, ଆମେ ଡୋମିନିକା ସରକାରଙ୍କୁ କହିଛୁ, ବେଆଇନ ଭାବେ ଡୋମିନିକାରେ ପ୍ରବେଶ କରିଥିବାରୁ ମେହୁଲ ଚୋକସିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଏବଂ ଆମକୁ ହସ୍ତାନ୍ତର କରିବା ବଦଳରେ ସିଧାସଳଖ ଭାରତକୁ ପ୍ରତ୍ୟର୍ପିତ କରନ୍ତୁ । ମେହୁଲ ଚୋକସି ବର୍ତମାନ ଡୋମିନିକା ପୋଲିସ ହେପାଜତରେ ଅଛି ।