କଂଗ୍ରେସ କ୍ୟାମ୍ପରେ ଅସିତ୍ ପଟ୍ଟନାୟକ

କଂଗ୍ରେସରେ ଯୋଗ ଦେଇଛନ୍ତି ଅସିତ୍ ପଟ୍ଟନାୟକ। ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ଅସିତ ବିଜେଡିରୁ ଟିକଟ ଆଶାୟୀ ଥିଲେ । ୨୦୧୯ ଓ ୨୦୨୪ରେ ନିରାଶ ହେବା ପରେ କଂଗ୍ରେସରେ ଯୋଗ ଦେଇଛନ୍ତି । ଅସିତ୍‌ ପଟ୍ଟନାୟକ ଭଦ୍ରକ ବିଧାନସଭା ଆସନରୁ ଟିକେଟ୍‌ ଆଶାୟୀ ଥିଲେ। କିନ୍ତୁ ଦଳ ତାଙ୍କ ଟିକେଟ୍‌ ନ ଦେଇ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଭଦ୍ରକରୁ ଟିକେଟ୍‌ ଦେଇଛି। ଯାହାଫଳରେ ସେ ନିରାଶ ହୋଇ କଂଗ୍ରେସ୍‌ କ୍ୟାମ୍ପକୁ ଆସିଛନ୍ତି। ନିଜ ସମର୍ଥକଙ୍କ ସହ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି ଅସିତ୍। କଂଗ୍ରେସରେ ସାମିଲ ହେଉ ହେଉ ସେ ଗୁରୁତର ଅଭିଯୋଗ ଆଣି ବିଜେପି, ବିଜେଡି ଉପରେ ବର୍ଷିଛନ୍ତି ।