ହଷ୍ଟେଲ୍ ଫି’ ଫେରାଇବାକୁ ଭିସିଙ୍କୁ ଗୁହାରି

ହଷ୍ଟେଲ୍ ଫି’ ଫେରାଇବାକୁ ଭିସିଙ୍କୁ ଗୁହାରି

ଭୁବନେଶ୍ୱର: କରୋନା କୁ ଦୃଷ୍ଟିରେ ରଖି ସରକାର ବାଣୀବିହାର ବିଶ୍ୱ ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ନୋଟିସ୍ ଦେଇଥିଲେ । ଏହି ମହାମାରୀକୁ ନେଇ ରାଜ୍ୟ ଥରହର। ନୋଟିସ୍ ପରେ ଗତ ୧୯ ତାରିଖରେ ବିଶ୍ୱ ବିଦ୍ୟାଳୟ ସମେତ ହଷ୍ଟେଲ ବି ବନ୍ଦ ହୋଇଥିଲା । ହେଲେ ଆଜି ହଷ୍ଟେଲରେ ରହୁଥିବା ପିଲାମାନେ ପୁଣି ଏକ ଦାବି କରିଛନ୍ତି । ସେମାନଙ୍କ ଦାବି ହେଲା ଯେ ହଷ୍ଟେଲରେ ରହିବା ପାଇଁ ଯେଉଁ ଫି’ ଦେଇଥିଲେ ତାକୁ ୟୁନିଭର୍ସିଟି ଫେରସ୍ତ କରୁ । ଏନେଇ ଏବିଭିପିର ଯୁଗ୍ମ ସମ୍ପାଦକ ସୁଧାଂଶୁ ସାହୁ, ୟୁନିଭର୍ସିଟି କୋର୍ଡିନେଟର ଏବିଭିପି ସୁମନ୍ତ କୁମାର ନାୟକ, ଛାତ୍ର ଅର୍ଚ୍ଚିସମାନ ବିଶ୍ୱବନ୍ଦେୟ ପ୍ରମୁଖ ହଷ୍ଟେଲ ଫି’ ଫେରାଇବାକୁ ଦାବି କରିବା ସହ ୟୁନିଭର୍ସିଟିର ୱାଡେନ ଏବଂ ଭିସିଙ୍କୁ ଗୁହାରି କରିଥିଲେ । ହେଲେ ଭିସି କି ୱାଡେନ୍ କେହି ବି ପିଲାଙ୍କ କଥା ଶୁଣୁ ନାହାନ୍ତି । ଏନେଇ ଆଜି ଆମେ ପହଁଚିଥିଲୁ ସେଠାରେ । ସେଠାରେ ପହଁଚି ଆମେ ଏସମ୍ପର୍କରେ ୱାଡେନଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲୁ । ହେଲେ ୱାଡେନ ଅନୁପସ୍ଥିତ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରରିନଥିଲା । ପରେ ଭିସିଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲୁ । ହେଲେ ସେ ଆମକୁ କୌଣସି ପ୍ରତିକ୍ରିୟା ଦେଇନଥିଲେ । ମିଟିଙ୍ଗିରେ ବିଜି ଅଛି କହି କଥାକୁ ଏଡ଼ାଇ ଦେଇ ଭିତରକୁ ଚାଲି ଯାଇଥିଲେ ।