ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ : ଆଜି ଦେଖିଚାହିଁ ପଦକ୍ଷେପ ନେବେ।  ଶାରୀରିକ ଏବଂ ମାନସିକ ରୂପରେ ଆପଣ ବ୍ୟଗ୍ରତା ଅନୁଭବ କରିପାରନ୍ତି। ଅନିଦ୍ରା କାରଣରୁ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ବୌଦ୍ଧିକ ଚର୍ଚ୍ଚାରେ ଆନନ୍ଦ ପ୍ରାପ୍ତ ହୋଇପାରେ, ପରନ୍ତୁ ଏପରି ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରହିବା ପାଇଁ ଉପଦେଶ।

ବୃଷ : ଆଜି ଆପଣଙ୍କର ଆନନ୍ଦର ମାତ୍ରାରେ ବୃଦ୍ଧି ହେବ। ଗୃହ ପରିଜନମାନଙ୍କ ଠାରୁ ଲାଭ ପାଇବେ।  ଶାରୀରିକ ଏବଂ ମାନସିକ ରୂପରେ ଆପଣ ଖୁସି ଅନୁଭବ କରିବେ। ଆର୍ଥିକ ଲାଭ ହେଇପାର। ମାତ୍ର ମଧ୍ୟାହ୍ନ ପରେ ସ୍ଥିତି ବିପରୀତ ହେବାର ଆଶଂକା ଅଛି।

ମିଥୁନ : ଆଜି ଦିନଟି ଅସନ୍ତୋଷ ଭାବନାରେ ମନ ବ୍ୟସ୍ତ ହୋଇପାରେ। ଶାରୀରିକ ରୂପରେ ମଧ୍ୟ ଆପଣ କମଜୋର ଅନୁଭବ କରିବେ। ପଢ଼ିବା -ଲେଖିବାରେ ବିଦ୍ୟାର୍ଥିମାନଙ୍କ ମନ ଲାଗିବ ନାହିଁ। ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ମନ ପ୍ରଫୁଲ୍ଲିତ ହେବ। ନୂଆ କାର୍ଯ୍ୟର ପ୍ରାରମ୍ଭ କରିବାକୁ ସାହସ ଆଜି କରନ୍ତୁ ନାହିଁ। ଆଜିର ଯାତ୍ରା ଆନନ୍ଦଦାୟୀ ରହିବ।

କର୍କଟ : ଆଜି ଛୋଟ ଯାତ୍ରା କିମ୍ବା ପର୍ଯ୍ୟଟନର ସଂଭାବନା ଅଛି। ଆଜିର ଦିନ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ପ୍ରଫୁଲ୍ଲିତ ରହିବ। ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ମନରେ ହତାଶାର ଭାବନା ଆସିବ ମନ ଅସୁସ୍ଥ ହୋଇପାରେ। ଅନୈତିକ ପ୍ରବୃତ୍ତିଗୁଡ଼ିକରେ ମନ ଭ୍ରଷ୍ଟ ନ ହେଉ ଏହାର ଧ୍ୟାନ ରଖିବେ।

ସିଂହ : ଆଜି ଧନ ଖର୍ଚ୍ଚ ହୋଇପାରେ। ନିଜର କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ ନଚେତ କାହାକୁ କଟୁ କଥା କହିପାରନ୍ତି।  ବନ୍ଧୁମାନଙ୍କ ସହିତ ମନମାଳିନ୍ୟର ପ୍ରସଂଗ ବନିପାରେ। ପରନ୍ତୁ ମଧ୍ୟାହ୍ନ ପରେ ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସହିତ ହେବାକୁଥିବା ସାକ୍ଷାତରେ ମନ ପ୍ରସନ୍ନ ହେବ।

କନ୍ୟା : ଆଜି ଦିନଟି ମଧ୍ୟମ ଫଳପ୍ରଦ ରହିବ କିନ୍ତୁ ପରିସ୍ଥିତି ଅନୁକୂଳ ରହିବ। ଶାରୀରିକ ଏବଂ ମାନସିକ ରୂପରେ ସୁଖ ଶାନ୍ତି ରହିବ। ବ୍ୟବସାୟ କ୍ଷେତ୍ରରେ ମଧ୍ୟ ବାତାବରଣ ଅନୁକୂଳ ରହିବ। ଆଜି କୌଣସି ମହତ୍ଵପୂର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ। ଧନହାନି ସହିତ ମାନହାନି ହୋଇପାରେ, ସମ୍ଭାଳିକରି ଚାଲିବେ।

ତୁଳା : ଆଜି ପାରିବାରିକ ଶାନ୍ତି ବଜାୟ ରଖିବାର ସଫଳ । ଘରର ସାଜ-ସଜ୍ଜାରେ ମଧ୍ୟ ପରିବର୍ତନ କରିବେ, ମାନସିକ ସୁସ୍ଥତାରେ ମଧ୍ୟ ବୃଦ୍ଧି ହେବ। ବ୍ୟବସାୟରେ ଉଚ୍ଚ ଅଧିକାରୀମାନଙ୍କ ତରଫରୁ ଆର୍ଥିକ ଲାଭ ହେବ। ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ମାନସିକ ରୂପରେ ଶାନ୍ତି ଅନୁଭବ ହେବ।

ବିଚ୍ଛା : ଆଜି ଦିନଟି ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ଧାର୍ମିକ ଯାତ୍ରା ହେବାର ସଂଭାବନା ଅଛି। ଧନ ଲାଭର ମଧ୍ୟ ସଂଭାବନା ଅଛି। ବ୍ୟବସାୟରେ ପ୍ରମୋସନର ଯୋଗ ଅଛି। ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସଫଳ ହେବା ସହିତ ସଂପୂର୍ଣ୍ଣ ମଧ୍ୟ ହେବ। ମାତାଙ୍କ ସହିତ ସମ୍ବନ୍ଧ ଭଲ ରହିବ।

ଧନୁ :  ନିଷେଧାତ୍ମକ ବିଚାର ଆପଣଙ୍କ ମନର ସୁସ୍ଥତା ଉପରେ ନକାରାତ୍ମକ ପ୍ରଭାବ କରିବ ସେଥିପାଇଁ ବୈଚାରିକ ସ୍ତରରେ ନିୟନ୍ତ୍ରଣ ରଖିବାକୁ ଆବଶ୍ୟକ ଅଟେ। ମଧ୍ୟାହ୍ନ ପରେ ଆପଣ ଶାରୀରିକ ଏବଂ ମାନସିକ ସୁସ୍ଥତା ଆସିବ ଏବଂ ପ୍ରଫୁଲ୍ଲିତ ହେବେ। ଅଚାନକ ଧନପ୍ରାପ୍ତିର ଯୋଗ ଅଛି। ବ୍ୟାବସାୟୀଙ୍କୁ ବ୍ୟବସାୟରେ ଲାଭ ହେବ।

ମକର : ଆଜିର ଦିନ ପରିଜନମାନଙ୍କ ସହିତ ଆନନ୍ଦ ପୂର୍ବକ ଯାତ୍ରା କିମ୍ବା ପର୍ଯ୍ୟଟନର ଆନନ୍ଦ ଉଠାଇବେ, ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ମନ ବ୍ୟଗ୍ରତା ଅନୁଭବ କରିପାରେ। ଅଧିକ ଖର୍ଚ୍ଚ ହେବାରୁ ଧନର ଅଭାବ ରହିପାରେ କିନ୍ତୁ ଶେଷରେ ସବୁ ଠିକ ହୋଇଯିବ। ସରକାରୀ କାର୍ଯ୍ୟଗୁଡ଼ିକରେ ବିଘ୍ନ ଆସିପାରେ।

କୁମ୍ଭ : ଆଜିର ଦିନ ସୁଖ-ଶାନ୍ତି ପୂର୍ବକ ବିତିବ। ଶାରୀରିକ ଏବଂ ମାନସିକ ସୁସ୍ଥତା ପ୍ରାପ୍ତି ହେବ। ଆନନ୍ଦ-ପ୍ରମୋଦ ସହିତ ବାହନ ସୁଖ ପ୍ରାପ୍ତି ହେବ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ କୀର୍ତ୍ତି ପ୍ରାପ୍ତ ହେବ। ନୂଆ ବସ୍ତ୍ର ଏବଂ ଆଭୂଷଣ ପଛରେ ଧନ ବ୍ୟୟ ହୋଇପାରେ କିନ୍ତୁ ଆପଣଙ୍କୁ ମାନିସକ ସୁଖ ମିଳିବ। ଛୋଟ ଯାତ୍ରା କିମ୍ବା ପର୍ଯ୍ୟଟନର ସଂଭାବନା ଅଛି।

ମୀନ : ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଦିନ ଅନୁକୂଳ ନୁହେଁ । ମଧ୍ୟାହ୍ନ ପରେ ସ୍ଥିତିରେ ଅଚାନକ ସୁଧାର ଦିଖାଯିବ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ସୁସ୍ଥ ଅନୁଭବ କରିବେ। କାର୍ଯ୍ୟାଳୟରେ ଅନୁକୂଳ ବାତାବରଣ ରହିବ।