ପୂର୍ବତନ କ୍ରୀଡ଼ାବିତ ତଥା ଆର ଏସ ପି ଲୋକ ସମ୍ପର୍କ ବିଭାଗର କର୍ମଚାରୀ ମଧୁଲିତା ରାଉତ ଙ୍କ କରୋନା ରେ ବିୟୋଗ।

ପୂର୍ବତନ କ୍ରୀଡ଼ାବିତ ତଥା ଆର ଏସ ପି ଲୋକ ସମ୍ପର୍କ ବିଭାଗର କର୍ମଚାରୀ ମଧୁଲିତା ରାଉତ ଙ୍କ କରୋନା ରେ ବିୟୋଗ।

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ରେ ଲୋକ ସମ୍ପର୍କ ବିଭାଗ ର କର୍ମଚାରୀ ତଥା ପୂର୍ବତନ ଜାତୀୟ ଭରୋତ୍ତୋଳନ ମଧୁଲିତା ରାଉତ(୪୪) କରୋନା ଆକ୍ରାନ୍ତ ହୋଇ ମୁର୍ତ୍ୟୁ ହୋଇଯାଇଛି।୧୯୯୦ ମସିହାରୁ ୧୯୯୯ ମସିହା ପର୍ଯ୍ୟନ୍ତ ମଧୁସ୍ମିତା ଜାତୀୟ ସ୍ତରରେ ଦିସକସ ଓ ଭରୋତ୍ତୋଳନ କ୍ରୀଡ଼ାରେ ଭାଗ ନେବା ସହ ବିଭିନ୍ନ ବର୍ଗ ରେ ପଦକ ବିଜୟୀ ହୋଇଥିଲେ। ପରେ ରାଉରକେଲା ଇସ୍ପାତ କାରଖାନାର ଲୋକ ସମ୍ପର୍କ ବିଭାଗରେ କାର୍ଯ୍ୟରତ ଥିଲେ। ଆଈ ଜି ଏଚ କୋଭିଡ ହସ୍ପିଟାଲରେ ପ୍ରାୟ ଏକ ସପ୍ତାହ ଧରି ଚିକିତ୍ସା ଧିନ ରହିବା ପରେ ଗତ ରବିବାର ବିଳମ୍ବିତ ରାତ୍ରିରେ ତାଙ୍କର ବିୟୋଗ ହୋଇ ଯାଇଥିଲା।ସୋମବାର କୋଭିଡ ନିର୍ଦ୍ଧେଶାବଳୀ ଅନୁଯାୟୀ ତାଙ୍କର ଶେଷ କୁର୍ତ୍ୟ ବେଦବ୍ୟାସ ଠାରେ ସମ୍ପନ୍ନ ହୋଇଛି।ତାଙ୍କର ଏକମାତ୍ର ପୁତ୍ର ଅମିତ କୁମାର ମୁଖାଗ୍ନି ଦେଇଥିଲେ । ଆନ୍ତର୍ଜାତିୟ ଭରୋତ୍ତୋଳନ ଖେଳାଳି ତଥା ପ୍ରଶିକ୍ଷକ ଅଶୋକ ପ୍ରସାଦ ହେଉଛନ୍ତି ତାଙ୍କର ସ୍ୱାମୀ ଏବଂ ସେ ସ୍ଥାନୀୟ ଭବିଷ୍ୟନିଧି କାର୍ଯ୍ୟଳୟ ରେ କାର୍ଯ୍ୟରତ ଅଛନ୍ତି। ଏକ ଖେଳାଳୀ ଓ ଖେଳ ପରିବାରରୁ ଆସିଥିବା ମଧୁସ୍ମିତା ଗତ କିଛିବର୍ଷ ଧରି ପାନପୋଷ କ୍ରୀଡା ସଂଘଟନ ର ଆଜୀବନ ସଦସ୍ୟ ରହି ସଂଘଟନ ର ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଆସୁଥିଲେ।ତାଙ୍କ ବିୟୋଗ ରେ ସଂଘଟନ ର ସଭାପତି ରଶ୍ମିତ ସାହାଣୀ କାର୍ଯ୍ୟକାରୀ ସଭାପତି ବିକ୍ରମ ସ୍ୱାଇଁ ଉପସଭାପତି ମହେନ୍ଦ୍ର ମିଶ୍ର, ବିଜୟ ବଡାଇକ , ନିଖିଳ ପ୍ରଧାନ,ଟି ରାଜେଶ୍ୱରୀ କୋଷଦକ୍ଷ ସୁଚିତ୍ରା ଦାସ , ସଂଘଟନ ସମ୍ପାଦକ ସତ୍ୟରଞ୍ଜନ ପଣ୍ଡା , ଉପଦେଷ୍ଟା ଅରବିନ୍ଦ ଦାସ , ଦେଵକାନ୍ତ ନାୟକ ରାଜେଶ ମହାପାତ୍ର ସଦସ୍ୟ ମଧୁର ବାଣୀ , ସ୍ୱାଗତିକା ମହାନ୍ତି , କନ୍ୟା କୁମାରୀ ସାମଲ ଓ ଗୋପୀନାଥ ପଣ୍ଡା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କର ଶୋକ ସମସ୍ତ ପରିବାରକୁ ସମବେଦନା ଜ୍ଞାପନ ଜଣାଇଛନ୍ତି।