ସମସ୍ତ ମାମଲା ଦିଲ୍ଲୀ ସ୍ଥାନାନ୍ତର କରିବାକୁ ବାବା ରାମଦେବ ସୁପ୍ରିମକୋର୍ଟରେ ପହଞ୍ଚିଲେ

ସମସ୍ତ ମାମଲା ଦିଲ୍ଲୀ ସ୍ଥାନାନ୍ତର କରିବାକୁ ବାବା ରାମଦେବ ସୁପ୍ରିମକୋର୍ଟରେ ପହଞ୍ଚିଲେ

ନୂଆଦିଲ୍ଲୀ: ଏଲୋପାଥିକୁ ନେଇ ବିବାଦୀୟ ବୟାନ ଦେବା ପରେ ସଙ୍କଟରେ ପଡିଛନ୍ତି ବାବା ରାମଦେବ ଏନେଇ ଦେଶର ବିଭିନ୍ନ ରାଜ୍ୟରେ ଦିଆଯାଇଥିବା ଏଫଆରଆର ବିରୋଧରେ ସେ ଆଜି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ଏଲୋପାଥି ଉପରେ ବିବୃତ୍ତି ପରେ ବିହାର ଝାଡଖଣ୍ଡରେ ରୁଜୁ ହୋଇଥିବା ମାମଲା ଉପରେ ଅଙ୍କୁଶ ଲଗାଇବାକୁ ସମସ୍ତ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ସେ ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରିଛନ୍ତି ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ଦିନ ହେବ ବାବା ରାମଦେବ ଏଲୋପାଥି ଡାକ୍ତରଙ୍କ ମଧ୍ୟରେ ବିବାଦ ଲାଗି ରହିଛି ବାବା ଏଲୋପାଥି ଡାକ୍ତରଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିଲେ ଏପରିକି ଏଲୋପାଥି ଔଷଧ ତୁଳନାରେ ଆୟୁର୍ବେଦ ଭଲ ବୋଲି କହିଥିଲେ ଏପରିକି ଡାକ୍ତରଙ୍କ ମନୋବଳ ଭାଙ୍ଗିବା ଭଳି କିଛି କହିଥିବା ଅଭିଯୋଗ କରିଥିଲା ଇଣ୍ଡିଆନ ମେଡିକାଲ ଆସୋସିଏସନ ବା ଆଇଏମଏ ଏନେଇ ଛତିଶଗଡ ରାୟପୁର ଆଇଏମଏ ପକ୍ଷରୁ ବାବା ରାମଦେବଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା ବାବା ରାମଦେବଙ୍କ ବିରୋଧରେ ୧୦୦୦ କୋଟିର ମାନହାନୀ ନିସର୍ତ୍ତ କ୍ଷମା ପ୍ରାର୍ଥନା ନେଇ ମଧ୍ୟ ମାମଲା ରୁଜୁ କରିଛି ଆଇଏମଏ