ଯାଜପୁର ବରୀ ବିଧାୟିକା ସୁନନ୍ଦା ଦାସ କରୋନା ଆକ୍ରାନ୍ତ

ଯାଜପୁର ବରୀ ବିଧାୟିକା ସୁନନ୍ଦା ଦାସ କରୋନା ଆକ୍ରାନ୍ତ

ଆଜି ଯାଜପୁର ବରୀ ବିଧାୟିକା ସୁନନ୍ଦା ଦାସ କରୋନା ଆକ୍ରାନ୍ତ ହୋଇଛନ୍ତି । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହାସହ ସେ ହୋମ ଆଇସୋଲେସନରେ ରହିବା ସହ ସୁସ୍ଥ ଅଛନ୍ତି । ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ସଙ୍ଗରୋଧରେ ରହିବା ସହ ତୁରନ୍ତ ନିଜର କରୋନା ଟେଷ୍ଟ କରାଇ ନେବାକୁ ସୁନନ୍ଦା ଦାସ ଅନୁରୋଧ କରିଛନ୍ତ । ଏବେ ସୁଦ୍ଧା ୧୪ବିଧାୟକ ଓ ୨ ସାଂସଦ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।