ବାତ୍ୟା ‘ନିଭାର’, ଓଡିଶାକୁ ନାହିଁ ଡେଂଜର

ବାତ୍ୟା ‘ନିଭାର’, ଓଡିଶାକୁ ନାହିଁ ଡେଂଜର

ଭୁବନେଶ୍ୱର: ବଙ୍ଗୋପସାଗରେ ଥିବା ଅବପାତ ଗତକାଲି ସଂଧ୍ୟାରେ ଦକ୍ଷୀଣପଶ୍ଚିମ ବଙ୍ଗୋପସାଗରରେ ଗଭୀର ଅବପାତ ରୂପ ନେଇସାରିଛି । ଆଜି ସଂନ୍ଧ୍ୟା ସୁଦ୍ଧା ଏହା ଏକ ସାମୁଦ୍ରିକ ଝଡ ‘ନିଭାର’ ର ରୂପ ନେବ ।  ପରବର୍ତ୍ତୀ ୨୪ ଘଣ୍ଟାରେ ଭୀଷଣ ବାତ୍ୟାରେ ପରିଣତ ହେବ ।  ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର-ପଶ୍ଚିମା ମୁହାଁ ଆସନ୍ତାକାଲି ସଂନ୍ଧ୍ୟା ସୁଦ୍ଧା ତାମିଲନାଡୁ ଓ ପୁଡୁଚେରୀ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଏହି ସମୟରେ ଉକ୍ତ ଅଂଚଳରେ ସର୍ବାଧିକ ପବନର ବେଗ ୧୨୦ କିଲୋମିଟର ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ତେବେ ରାଜ୍ୟ ପ୍ରତି ଏହାର ବିଶେଷ ପ୍ରଭାବ ନାହିଁ, କିନ୍ତୁ ସମୁଦ୍ର ଅଶାନ୍ତ ହେତୁ ଧୀବର ମାନଙ୍କୁ ୨୫ ତାରିଖ ସମୁଦ୍ର ପ୍ରବେଶ ନେଇ ବାରଣ କରାଯାଇଛି । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ କୌଣସି ଭାରି ବର୍ଷାର ସତର୍କ ସୂଚନା ଜାରି କରାଯାଇନାହିଁ । କାଲି ସକାଳ ୮ଟା ୩୦ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ଓ ଗଜପତି ଜିଲ୍ଲାରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଆସନ୍ତା ୨୪ ଘଣ୍ଟାରେ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ସହ ଦୁଇ ଦିନ ପରେ ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସେହିପରି ସୋନପୁର, କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ, କେଉଁଝର, ଓ ମୟୂରଭଂଜ ଜିଲ୍ଲାରେ ହାଲୁକା କୁହୁଡି ପରିଲକ୍ଷିତ ହେବାର ଆଶଙ୍କା ରହିଛି ।