ବେଦୀକୁ ଯିବା ପୂର୍ବରୁ କନ୍ୟା ଟେଷ୍ଟ ନେଲା ବରର

ବେଦୀକୁ ଯିବା ପୂର୍ବରୁ କନ୍ୟା ଟେଷ୍ଟ ନେଲା ବରର

ଉତ୍ତରପ୍ରଦେଶର ଅରାୟା ଜନପଦରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଏଠାରେ ବର ହିନ୍ଦୀ ଖବରକାଗଜ ପଢ଼ିନପାରିବାରୁ ବାହାଘର ଭାଙ୍ଗିଯାଇଛି ଏହା ସହ ବର ପକ୍ଷ ବିରୋଧରେ ଅଭିଯୋଗ ମଧ୍ୟ ହୋଇଛି ତେବେ ଖବରକାଗଜ ପଢ଼ିନପାରିବା ଅର୍ଥ ଏହା ନୁହେଁ ଯେ ବର ଅଶିକ୍ଷିତ ବରଂ ଦୃଷ୍ଟିଶକ୍ତିର ସମସ୍ୟା ଯୋଗୁଁ ସେ ପଢ଼ିବାକୁ ଅକ୍ଷମ ହୋଇଥିଲା, ଯାହାକି ବର ପାଇଁ ଅଭିଶାପ ହୋଇଗଲା ବାହାଘର ଭାଙ୍ଗିବା ସହିତ ମାମଲା ବି ରୁଜୁ ହୋଇଗଲା ତେବେ ଅରାୟା ଜିଲ୍ଲାର ଜମାଲିପୁର ବାସିନ୍ଦା ଅର୍ଜୁନ ସିଂ ନିଜ ଝିଅ ଅର୍ଚ୍ଚନାଙ୍କ ବାହାଘର ଶିବମ ନିବାସୀ ବଂଶୀ ପୋଲିସ ଷ୍ଟେସନ ଅଛଲଦାଠାରେ ସ୍ଥିର କରିଥିଲେ ଉଚ୍ଚଶିକ୍ଷିତ ଯୁବକକୁ ଦେଖି ଅର୍ଜୁନ ସିଂ ପ୍ରଥମ ନଜରରେ ପୁଅ ପସନ୍ଦ କରିଥିଲେ ଏହା ପରେ ସମସ୍ତ ପ୍ରସ୍ତୁତି ସହ ନିର୍ଦ୍ଦିଷ୍ଟ ତାରିଖରେ ବାହାଘର ଠିକ୍ ହୋଇଥିଲା କନ୍ୟାଘର ପକ୍ଷରୁ ଯୌତୁକ ବାବଦକୁ ମୋଟରସାଇକେଲ୍ ଏବଂ ନଗଦ ଦେବା ଧାର୍ଯ୍ୟ ହୋଇଥିଲା ଏହା ପରେ ସ୍ଥିର ତାରିଖ ତଥା ଜୁନ୍ ୨୦ ରେ ଘରକୁ ବରଯାତ୍ରୀ ଆସିଥିଲା ବାହାଘରକୁ ଆରମ୍ଭ ହୋଇଗଲା ରୀତିନୀତି କିନ୍ତୁ ବିବାହ ସମୟରେ ବର ସବୁବେଳେ ଆଖିରେ ଚଷମା ପିନ୍ଧିବା କାରଣରୁ ଘରର ମହିଳାମାନେ ସନ୍ଦେହ କରିଥିଲେ ଏହାକୁ ନେଇ ଯେତେବେଳେ ବର ସାଜିଥିବା ଶିବମଙ୍କୁ ବିନା ଚଷମାରେ ଖବରକାଗଜ ପଢ଼ିବାକୁ ଦିଆଗଲା, ସେବେ ଖୋଲିଲା ପୋଲ୍ ବିନା ଚଷମାରେ ଶିବମ ଖବରକାଗଜ ପଢିପାରି ନଥିଲେ, କାରଣ ପୁଅକୁ ବିନା ଚଷମାରେ କିଛି ଦେଖାଯାଏ ନାହିଁ ଝିଅର ଏପରି ଟେଷ୍ଟ ଶିବମଙ୍କୁ ମହଙ୍ଗା ପଡିଲା ଏହା ଦେଖିବା ପରେ ଅର୍ଚ୍ଚନା ତୁରନ୍ତ ବାହାଘର ପାଇଁ ମନା କରିଥିଲେ ଅର୍ଚ୍ଚନାଙ୍କ ନିଷ୍ପତ୍ତିକୁ ଘରଲୋକେ ଗ୍ରହଣ କରିବା ସହ ବାହାଘର ଭାଙ୍ଗିଦେଇଥିଲେ ବର ପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ଏହା ପରେ ଦୀର୍ଘ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା ବାହାଘର ଭାଙ୍ଗିବା ପରେ କନ୍ୟାଘର ଲୋକେ ଯୌତୁକ ବାବଦରେ ଦେଇଥିବା ନଗଦ ଟଙ୍କା, ଗାଡି ଫେରାଇବା କହିଥିଲେ ବାହାଘରରେ ଖର୍ଚ୍ଚ ହୋଇଥିବା ଟଙ୍କା କ୍ଷତିପୂରଣ ପାଇଁ ଦାବି କରିଥିଲେ ପୁଅଘର ଲୋକେ ଏଥିପାଇଁ ମନାକରିବାକୁ ଝିଅ ପକ୍ଷ ଦ୍ୱାରା ମାମଲା ରୁଜୁ ହୋଇଥିବା ଜଣାପଡିଛି