ପଇଡ଼ ପାଣି ର ଉପକାରିତା

ପଇଡ଼ ପାଣି ର ଉପକାରିତା

ଗୋଟିଏ କପ୍ ନଡିଆ ପାଣିରେ ୪୧% ଫ୍ୟାଟ୍, ୨୮୩ କ୍ୟାଲୋରୀ, ୫% ପ୍ରୋଟିନ୍, ୮% ପୋଟାସିୟମ୍, ୪% କାର୍ବେହାଇଡ୍ରେଟ୍, ୨୮% ଡାୟଟେରୀ ଫାଇଭର୍, ୧% ଭିଟାମିନ୍-ଏ, ୧% କ୍ୟାଲସିୟମ୍, ୧୦% ଆଇରନ୍, ୨% ଭିଟାମିନ୍-ଡି, ୬.୦% ଭିଟାମିନ୍ ବି୬ ଏବଂ ୬% ମ୍ୟାଗନେସିୟମ୍ ରହିଥାଏ ।ଅବଶ୍ୟ ନଡିଆ ପାଣିକୁ ସ୍ପୋର୍ଟସ୍ ଡ୍ରିଙ୍କ ବା କୌଣସି ରୋଗରୁ ସୁସ୍ଥ ହେବା ପାଇଁ ବ୍ୟବହାର କରାଯାଇଥାଏ ।ଅପରପକ୍ଷରେ ନଡିଆ ପାଣି ଦ୍ୱାରା ଗରମ ଦିନରେ ଶରୀରରେ ଜଳୀୟ ଅଂଶ କମ୍ ହୋଇନଥାଏ । ହାଇ ବ୍ଲଡ୍ ପ୍ରେସର୍ କୁ ନିୟନ୍ତ୍ରଣ କରିବାରେ ଆପଣମାନେ ଏହାକୁ ସେବନ କରିପାରନ୍ତି । ଏଥିରେ ଥିବା ପୋଟାସିୟମ୍ ଏବଂ ମ୍ୟାଗନେସିୟମ୍ ବ୍ଲଡ୍ ପ୍ରେସର୍ ଓ କୋଲଷ୍ଟ୍ରୋଲକୁ ନିୟନ୍ତ୍ରଣରେ ରଖିଥାଏ । ଏହା ଶରୀରର ପୋଷକ ତତ୍ତ୍ୱ କୁ ବଢ଼ାଇବାରେ ମଧ୍ୟ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ।