ଭୁବନେଶ୍ୱର ଇନଫୋସିଟି ଗଣଦୁଷ୍କର୍ମ ଘଟଣା: ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି

ଭୁବନେଶ୍ୱର ଇନଫୋସିଟି ଗଣଦୁଷ୍କର୍ମ ଘଟଣା: ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି

ଇନ୍ଫୋସିଟି ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଘଟଣା ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟରେ ନାରୀ ନିର୍ଯ୍ୟାତନା ବଢିଚାଲିଥିବା ବେଳେ, ଏହି ନାବାଳିକା ଦୁଷ୍କର୍ମ ଘଟଣାରେ ଅପରାଧୀଙ୍କୁ ସୁରକ୍ଷା ଦିଆଯାଇଥିବା ଯୁବ କଂଗ୍ରେସ ଅଭିଯୋଗ କରିଛି। ଏପର୍ଯ୍ୟନ୍ତ ସଂପୃକ୍ତ ଥିବା ଅପରାଧୀଙ୍କୁ ଗିରଫ କରାଯାଇ ପାରିନାହିଁ। ତୁରନ୍ତ ଅପରାଧୀଙ୍କୁ ଗିରଫ କରିବା ସହ ପିଡିତାଙ୍କୁ 50 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଯୁବ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ନଚେତ ଆଗାମୀ ଦିନରେ ଯୁବ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ତୀଵ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ବହୁ ଯୁବ କଂଗ୍ରେସ କାର୍ଯ୍ୟକର୍ତା ବିକ୍ଷୋଭ ରେ ସାମିଲ ହୋଇଥିଲେ।