ଭୁବନେଶ୍ବର ଉପକଣ୍ଠରେ ପୋଲିସ୍‌ର ବ୍ଲକିଙ୍ଗ୍ ଓ ଚେକିଂ ଜୋର୍‌ଦାର୍ ହେଉଛି

ଭୁବନେଶ୍ବର ଉପକଣ୍ଠରେ ପୋଲିସ୍‌ର ବ୍ଲକିଙ୍ଗ୍ ଓ ଚେକିଂ ଜୋର୍‌ଦାର୍ ହେଉଛି

ଲକଡାଉନର ପ୍ରଥମ ପାଞ୍ଚ ଦିନରେ କମିଶନରେଟ ପୋଲିସ୍ ଭୁବନେଶ୍ୱରରେ ଅମାନିଆଙ୍କଠାରୁ ୨.୫୭ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟ କରିଛି । ଅନେକ ଗାଡ଼ି ବି ଜବତ ହୋଇଛି । ସୋମବାରଠାରୁ ଏହି ଅଭିଯାନ ଜୋରଦାର ହେବ । ପୂର୍ବ ନିଷ୍ପତ୍ତି ଅନୁସାରେ ରବିବାର ଦିନ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିଥିବାରୁ  ଚେକିଂ ଓ ବ୍ଲକିଂକୁ ଜୋରଦାର କରାଯାଇଥିଲା । ପୋଲିସର ସୂଚନା ଅନୁସାରେ ୫ ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ଲକଡାଉନ୍‌ କାଳରେ କମିଶନରେଟ ପୋଲିସ୍‌ ମୋଟ ୨,୫୧୭ ଜଣ ଲୋକଙ୍କଠାରୁ ୨.୫୭ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟ କରିଛି । ଏଥି ସହିତ ଅନେକ ଗାଡ଼ି ମଧ୍ୟ ଜବତ କରିଛି ପୋଲିସ । ସୋମବାରଠାରୁ ଏହି ଅଭିଯାନ ଜୋରଦାର ହେବ ବୋଲି ପୋଲିସ କହିଛି । ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ଛକ ଓ ଉତ୍ତରା ଛକରେ ରବିବାର ପୋଲିସ ଚେକିଂ କଡ଼ା ଥିଲା । ସହର ଭିତରେ ସବୁ ମୁଖ୍ୟ ଛକ ସହିତ ପୁରୀକୁ ସଂଯୋଗ କରୁଥିବା ମୁଖ୍ୟ ଜଗନ୍ନାଥ ସଡ଼କରେ ଭୁବନେଶ୍ୱର ଭିତରକୁ ଆସୁଥିବା ଗାଡ଼ି ଓ ବାଇକ୍‌କୁ ପୋଲିସ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା । ଚେକିଂରେ ସାମିଲ ହୋଇଥିଲେ ବିଭିନ୍ନ ଥାନାର ଅଫିସର୍‌ ଓ କର୍ମଚାରୀମାନେ । ବରିଷ୍ଠ ପୋଲିସ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଚେକିଂକୁ କଡ଼ାକଡ଼ି କରାଯାଇଥିଲା ବୋଲି ପୋଲିସ କହିଛି ।