କୋର୍ଟ ସଂକ୍ରାନ୍ତୀୟ ସମସ୍ୟା ଥିବା ସମସ୍ତଙ୍କ ପାଇଁ ଖୁସି ଖବର, ସୋମବାର ଠୁ ଖୋଲିବ ସମସ୍ତ କୋର୍ଟ

କୋର୍ଟ ସଂକ୍ରାନ୍ତୀୟ ସମସ୍ୟା ଥିବା ସମସ୍ତଙ୍କ ପାଇଁ ଖୁସି ଖବର, ସୋମବାର ଠୁ ଖୋଲିବ ସମସ୍ତ କୋର୍ଟ

ଭୁବନେଶ୍ବର: ଆସନ୍ତାକାଲି ଠୁ ଖୋଲିବ କୋର୍ଟ । ପୂର୍ବପରି ସ୍ବାଭାବିକ ହେବ ନ୍ୟାୟିକ ବ୍ୟବସ୍ଥା । ସିଭିଲ କେସର ଶୁଣାଣୀ ଓ ଡିସପୁଟର କେସ ଫାଇଲ ହେବ । ତହସିଲ ଓ ସବରେଜିଷ୍ଟାର ସଂକ୍ରାନ୍ତୀୟ ମାମଲାଠୁ ଆରମ୍ଭ କରି ମିସ୍କାଲିନିୟସ ଓ ସେସନ କୋର୍ଟ ପର୍ଯ୍ୟନ୍ତ ରହିଥିବା କାମ ପୂର୍ବ ପରି କାର୍ଯକ୍ଷମ ହେବ ।

କୋରୋନା ପାଇଁ ଦୀର୍ଘ ୫ ମାସ ଧରି କୋର୍ଟ ସଟଡାଉନ ଓ ଲକଡାଉନ ସମୟରେ ବନ୍ଦ ରହିଥିଲା ଏବଂ କେବଳ ନିର୍ଦ୍ଦିଷ୍ଟ କାମ ପାଇଁ ଖୋଲା ରହିବା ଯୋଗୁଁ ଅନେକ ମାମଲା ବିଚାରଧୀନ ଠୁ ଆରମ୍ଭ କରି ଡିସପୁଟ ସିଭିଲ ମାମଲା ହିୟରିଂ ମଧ୍ୟ ବନ୍ଦ ରହିଥିଲା । ଯଦ୍ବାରା ନ୍ୟାୟିକ ବ୍ୟବସ୍ଥାରେ ନାହିଁ ନଥିବା ସମସ୍ୟା ହେଉଥିଲା । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମରେ ସୋମବାରଠୁ ସ୍ବାଭାବିକ ହେବ କୋର୍ଟ ପରିସର । ସକାଳ ସାଢେ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ସମସ୍ତ କୋର୍ଟ ଏବଂ ଜାରି ରହିବ ସମସ୍ତ କାର୍ଯ୍ୟ  । ସମସ୍ତ କୋର୍ଟ କର୍ମଚାରୀଙ୍କୁ ଏନେଇ କୋର୍ଟରେ ଯୋଗ ଦେବାକୁ କୁହାଯାଇଛି । ମହକିଲଠୁ ଆରମ୍ଭ କରି ଓକିଲ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହା ଏକ ବଡ ଖୁସି ଖବର।