ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଘୋଷଣା

ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଘୋଷଣା

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଛାତ୍ର ଜନତା ଦଳ ତରଫରୁ ୩୦ ଟି ଜିଲ୍ଲାର ୩୪ ଜଣ ଜିଲ୍ଲା ପର୍ଯ୍ୟବେକ୍ଷକ ଘୋଷଣା କରାଗଲା। ଏହି ଘୋଷଣାନାମା ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ଏଥି ସହିତ ବିଜୁ ଛାତ୍ର ଜନତା ଦଳର ସଂଗଠନକୁ ଜିଲ୍ଲା ସ୍ତରରେ ସୁଦୃଢ ଏବଂ ବ୍ୟାପକ କରିବା ସହ ଏକ ସଶକ୍ତ ଓଡ଼ିଆ ଗଠନ କରିବା ରେ ସହାୟକ ହେବ ବୋଲି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି।