ଚୀନରେ ବାର୍ଡ ଫ୍ଲୁ ବିସ୍ଫୋରଣ

ଚୀନରେ ବାର୍ଡ ଫ୍ଲୁ ବିସ୍ଫୋରଣ

ବେଜିଂ୧/୦୬ :  ଚୀନରେ ପ୍ରଥମ ଥର ପାଇଁ ବାର୍ଡ ଫ୍ଲୁ ମିଳିଥିବା ଜଣାପଡ଼ିଛି ଜଣେ ୪୧ ବର୍ଷୀୟ ଯୁବକଙ୍କ ଦେହରୁ ବାର୍ଡ ଫ୍ଲୁର H10N3 ଷ୍ଟ୍ରେନ ମିଳିଛି ଚୀନର ଜାତୀୟ ହେଲଥ କମିଶନ (ଏନଏଚସି) ଏନେଇ ସୂଚନା ଦେଇଥିବା ଜଣାପଡ଼ିଛି ତେବେ ପୀଡ଼ିତ ଯୁବକଙ୍କ ଜଣକ ଚୀନର ଝେନଜିଆଙ୍ଗର ନିବାସୀ ବୋଲି ସ୍ପଷ୍ଟ ହୋଇଛି ଚାଇନାର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଏହା ନିଶ୍ଚିତ କରିଛନ୍ତି ଏହି ବ୍ୟକ୍ତି ଚାଇନାର ଜୋନଜିଆଙ୍ଗର ବାସିନ୍ଦା NHC କହିଛି ଯେ ଏହି ବ୍ୟକ୍ତି ଜ୍ୱର ଏବଂ ଅନ୍ୟାନ୍ୟ ଲକ୍ଷଣ ଦେଖାଇବା ପରେ ଗତ ଏପ୍ରିଲ ୨୮ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏକ ମାସ ପରେ, ମେ ୨୮ରେ, H10N3 ଷ୍ଟ୍ରେନ୍ ଏହି ବ୍ୟକ୍ତିଙ୍କ ଶରୀରରେ ମିଳିଥିବାର ନିଶ୍ଚିତ ହୋଇଛି ତେବେ ଏହି ବ୍ୟକ୍ତି କିପରି ଏଥିରେ ସଂକ୍ରମିତ ହୋଇଥିଲେ ସେ ସମ୍ପର୍କରେ NHC କୌଣସି ସୂଚନା ଦେଇନାହିଁ ତଥାପି, H10N3 ଷ୍ଟ୍ରେନ୍ ସେତେ ଶକ୍ତିଶାଳୀ ନୁହେଁ ଏବଂ ଏହାର ଭୟାବହତା କମ ଥିବାରୁ ସେତେଟା ବିପଦ ନାହିଁ NHC ଏହା ମଧ୍ୟ କହିଛି ଯେ ଏହି ଭାଇରସ୍ ଷ୍ଟ୍ରେନ୍ କୁ ବ୍ୟାପକ ପରିମାଣରେ ବିସ୍ତାର କରିବାର ସମ୍ଭାବନା ମଧ୍ୟ ବହୁତ କମ୍ ଅଛି ପୀଡିତଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି ସେ ଖୁବଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ ହେବ ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତରୀ ପରୀକ୍ଷଣରେ କେହି ସଂକ୍ରମିତ ହୋଇ ଥିବା ଜଣାପଡିଛି