କାର୍ ଦୁର୍ଘଟଣାରେ ବିଜୁଜନତା ଦଳର ଯୁଗ୍ମ ସମ୍ପାଦକ ତଥା ପାଟକୁରା ର ଯୁବ ନେତା ଦୀପ୍ତି କାନ୍ତ ପରିଜାଙ୍କ ଦେହାନ୍ତ।

କାର୍ ଦୁର୍ଘଟଣାରେ ବିଜୁଜନତା ଦଳର ଯୁଗ୍ମ ସମ୍ପାଦକ ତଥା ପାଟକୁରା ର ଯୁବ ନେତା ଦୀପ୍ତି କାନ୍ତ ପରିଜାଙ୍କ ଦେହାନ୍ତ।

ଗତକାଲି ରାତିରେ କାର ଦୁର୍ଘଟଣାରେ ବିଜେଡି ନେତା ଦୀପ୍ତିକାନ୍ତ ପରିଜାଙ୍କ ମୃତ୍ୟୁ। ଖବର ଅନୁଯାୟୀ, ଦୀପ୍ତିକାନ୍ତ ତାଙ୍କ ଘରକୁ ଫେରୁଥିବାବେଳେ କାରଟି ଭାରସାମ୍ଯ ହରାଇ ରାସ୍ତାରୁ ଖସିଯାଇ କେନ୍ଦ୍ରାପଡା ଜିଲ୍ଲାର ଟିକାନପୁର-ବେଉଲା ରାସ୍ତା କଡ଼ରେ ଥିବା ବନ୍ୟା ଜଳକୁ ଖସିପଡିଥିଲା।

ସ୍ଥାନୀୟ ଲୋକ ଉଦ୍ଧାର କରି ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନିକଟରେ ଦୀପ୍ତିକାନ୍ତଙ୍କୁ ଓଡିଶା-ମୋ ପାରିବାରର ଯୁଗ୍ମ ସଚିବ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଥିଲେ।