ଆଜି ବିଜେଡି ସଂସଦୀୟ ଦଳ ବୈଠକ

ଜି ବସିବ ବିଜେଡିର ସଂସଦୀୟ ଦଳ ବୈଠକ। ଦଳର ମୁଖ୍ଯ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ନବୀନ ନିବାସରେ ଏହି ବୈଠକ ବସିବ। ଏଥିରେ ରାଜ୍ଯ ସଭାର ସବୁ ସାଂସଦ ଯୋଗଦେବେ। ଆଗାମୀ ଅଧିବେଶନ ବେଳେ ଦଳର ରଣନୀତି କଣ ରହିବ, ରାଜ୍ଯବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ କେଉଁ କେଉଁ ପ୍ରସଙ୍ଗ ଉଠାଯିବ ଏସବୁ ଉପରେ ଆଲୋଚନା ହେବ।