କରୋନା ପାଇଁ ରାଲି କରିବନି ବିଜେଡି

କରୋନା ପାଇଁ ରାଲି କରିବନି ବିଜେଡି

ଭୁବନେଶ୍ୱର:କୋଭିଡ କଟକଣା ମଧ୍ୟରେ ବିଜେଡି ନିଷ୍ପତ୍ତି ନେଇଛି ଯେ ପିପିଲି ଉପନିର୍ବାଚନରେ ଦଳ ନିର୍ବାଚନ ରାଲି କରିବ ନାହିଁ ବୋଲି ଟୁଇଟ୍ କରି ଘୋଷଣା କରିଛନ୍ତି ବିଜୁ ଜନତା ଦଳ ଅଧ୍ୟକ୍ଷ ନବୀନ ପଟ୍ଟନାୟକ| ପିପିଲି ଉପନିର୍ବାଚନରେ ବିଜେଡି(ବିଜୁ ଜନତା ଦଳ) ରାଲି ଓ କ୍ୟାମ୍ପେନିଂ ମିଟିଂ କରିବ ନାହିଁ | ଆଜି ଏଭଳି ଏକ ବଡ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | କରୋନା ସଂକ୍ରମଣ ପାଇଁ ବିଜେଡି ରାଲି ଓ କ୍ୟାମ୍ପେନିଂରୁ ଦୂରେଇ ରହିବ ବୋଲି ନବୀନ କହିଛନ୍ତି | ଆଜି ଟ୍ୱିଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି | ନବୀନ ଟ୍ୱିଟରେ ଲେଖିଛନ୍ତି ଯେ ବିଜେଡି ଏକ ଦାୟିତ୍ୱବାନ ଦଳ | ଲୋକଙ୍କ ଜୀବନକୁ ଦଳ ବିପଦରେ ପକାଇବ ନାହିଁ | ପ୍ରତିଟି ଜୀବନ ମୂଲ୍ୟବାନ ଓ ମୁଁ ଓଡ଼ିଶାବାସୀଙ୍କୁ ମୋର ପରିବାରର ସଦସ୍ୟ ଵୋଲି ଭାବେ | ତେଣୁ କୋଭିଡ କଟକଣା ମଧ୍ୟରେ ବିଜେଡି ନିଷ୍ପତ୍ତି ନେଇଛି ଯେ ପିପିଲି ଉପନିର୍ବାଚନରେ ଦଳ ନିର୍ବାଚନ ରାଲି କରିବ ନାହିଁ ବୋଲି ଟୁଇଟ୍ କରି ଘୋଷଣା କରିଛନ୍ତି ବିଜୁ ଜନତା ଦଳ ଅଧ୍ୟକ୍ଷ ନବୀନ ପଟ୍ଟନାୟକ|