ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ପାକିସ୍ତାନ ମନ୍ତବ୍ୟ ପ୍ରସଙ୍ଗ

ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ପାକିସ୍ତାନ ମନ୍ତବ୍ୟ ପ୍ରସଙ୍ଗ

ଭୁବନେଶ୍ୱର: ଓଡିଶାବାସୀ ଏହାକୁ ତୀବ୍ର ନିନ୍ଦା କରିଛନ୍ତି ବୋଲି କହିଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ଓଡିଶା ଏକ ଶାନ୍ତି ପ୍ରିୟ ରାଜ୍ୟ । ତାହାକୁ ପାକିସ୍ଥାନ ପରି ଏକ ଆତଙ୍କବାଦୀ ଦେଶ ଯିଏ ଭାରତର ପ୍ରଧାନଶତ୍ରୁ ତାହା ସହ ତୁଳନା କରିବା ନିନ୍ଦନୀୟ । ଏହାକୁ ନେଇ ଓଡିଶା ବାସୀଙ୍କୁ କ୍ଷମା ପ୍ରାଥନା କରିବା ଦରକାର। ସେ ଏ ରାଜ୍ୟର ସର୍ବ ପୁରାତନ ଶିଳ୍ପପତି ପରିବାର । ଏହି ରାଜ୍ୟରୁ ସେ ଜନ ପ୍ରତିନିଧି ମଧ୍ୟ ରହିଛନ୍ତି । ଚାରି କୋଟି 50 ଲକ୍ଷ ଲୋକଙ୍କ ଆଗରେ ସେ କ୍ଷମା ପ୍ରାଥନା କରିବା ଉଚିତ ବୋଲି କହିଲେ ପ୍ରଦୀପ ମାଝୀ।

ବୈଜୟନ୍ତଙ୍କ ଟ୍ୱିଟ ପ୍ରସଙ୍ଗରେ ବିଜେଡି ବିଧାୟିକା ପ୍ରମିଳାଙ୍କ ପ୍ରତିକ୍ରିୟା। ବିଜେଡିରେ ଥିବା ଯାଏ ଓଡ଼ିଶାର ଶାସନ ଓ ପ୍ରଶାସନ ବୈଜୟନ୍ତଙ୍କୁ ଠିକ ଲାଗୁଥିଲା। ସେତେବେଳେ ଓଡିଶା ଶାନ୍ତିପ୍ରିୟ ଥିଲା। ବିଜେପିକୁ ଯିବା ପରଠାରୁ ଓଡିଶା ଅଶାନ୍ତ ଲାଗିଲା। ଓଡିଶାର ଶାସନ ଓ ପ୍ରଶାସନ ପାକିସ୍ତାନ ପରି ଲାଗିଲା।
ଚନ୍ଦ୍ରାଣୀ ମୁର୍ମୁ ପ୍ରସଙ୍ଗରେ ରଖିଲେ ମତ । ଯିଏ ଅତ୍ୟାଚାରିତ ହୋଇଛି ପାରିପାର୍ଶ୍ବିକ ପରିସ୍ଥିତି ଦେଖି ସେ ମାନସିକ ଭାବେ ପ୍ରସ୍ତୁତ ହେବା ପରେ ପ୍ରସଙ୍ଗ ଉଠାଇଲେ। ଯିଏ ଦୋଷୀ ସେ ନିଶ୍ଚିତ ଦଣ୍ଡିତ ହେବେ ବୋଲି କହିଲେ ପ୍ରମିଳା ମଲ୍ଲିକ।

ବୈଜୟନ୍ତ ପ୍ରସଙ୍ଗରେ ମତ ରଖିଲେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ। ପୋଲିସର ଉଦାହରଣ ସେ ଟ୍ୱିଟ କରିଛନ୍ତି। ସେ ଟ୍ୱିଟକୁ ଭିନ୍ନ ଅର୍ଥରେ ନିଆଯାଉଛି। ରାଜ୍ୟକୁ କେହି ଅପମାନ କରିବେ ତାହାକୁ ବିଜେପି ଗ୍ରହଣ କରିବ ନାହିଁ।ବୈଜୟନ୍ତଙ୍କ ସହ ମୁଁ ନାହିଁ ।
ରାଜ୍ୟ ସ୍ୱାର୍ଥ ବ୍ୟାହତ ଓ ସମ୍ମାନର ପ୍ରଶ୍ନ ଉଠିଲେ ସେଥିରେ ବିଜେପି ରହିବ ନାହିଁ। ଓଡିଶା ପୋଲିସକୁ ବୈଜୟନ୍ତ କହିଛନ୍ତି କିନ୍ତୁ ଓଡିଶା ଉପରେ ସେ କହିନାହାନ୍ତି ବୋଲି କହିଲେ ପୃଥ୍ୱୀରାଜ।