ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ବାଲେଶ୍ୱର: ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରିଛି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଚାଲିଛି ଅଙ୍କ କଷା । ଏହାରି ମଧ୍ୟରେ ଆଜି ଓଡ଼ିଶାର ୨ ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି ବିଜେପି । ବାଲେଶ୍ୱର ସଦର ପାଇଁ ମାନସ ଦତ୍ତ ହୋଇଛନ୍ତି ବିଜେପି ପ୍ରାର୍ଥୀ । ମାନସ ଦତ୍ତ ହେଉଛନ୍ତି ବାଲେଶ୍ୱର ପୂର୍ବତନ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ । ତିର୍ତ୍ତୋଲ ଆସନରୁ ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେପି ।

ଏହି ଦୁଇଟି ଆସନ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ୍ ଗ୍ରହଣ କରାଯିବ । ନଭେମ୍ବର ୧୦ ତାରିଖରେ ହେବ ଭୋଟ୍ ଗଣତି ।