ନବମ ଶ୍ରେଣୀ ଛାତ୍ରୀଙ୍କୁ 22 ଦିନ ଧରି ଗଣ ଦୁଷ୍କର୍ମ ପ୍ରସଙ୍ଗ କୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

ନବମ ଶ୍ରେଣୀ ଛାତ୍ରୀଙ୍କୁ 22 ଦିନ ଧରି ଗଣ ଦୁଷ୍କର୍ମ ପ୍ରସଙ୍ଗ କୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର: ନବମ ଶ୍ରେଣୀ ଛାତ୍ରୀଙ୍କୁ 22 ଦିନ ଧରି ଗଣ ଦୁଷ୍କର୍ମ ପ୍ରସଙ୍ଗ କୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ। ପୋଲିସ ପ୍ରଶାସନ ଜାଣି ନ ପାରିବା ଦୁଭାଗ୍ୟଜନକ ବୋଲି କହିଲା ବିଜେପି। ଓଡ଼ିଶାରେ ଦିନକୁ ଦିନ ଦୁଷ୍କର୍ମ ବଢୁଛି । କଟକ ଭଳି ଜାଗାରେ 22 ଦିନ ଦୁଷ୍କର୍ମ କରାଗଲା ପୋଲିସ ଟେର ପାଇଲାନି । ସେ ତିର୍ତ୍ତଳର ଝିଅ । ସରକାରୀ ଦଳ ସେଠି ନିର୍ବାଚନ ଲଢ଼ିବାକୁ ବସିଛି । ମହିଳା ଶିଶୁବିକାସ ମନ୍ତ୍ରୀ, ଗୃହ ମନ୍ତ୍ରୀ ଘଟଣା ରେ ମୁହଁ ଖୋଲନ୍ତୁ ।

ପୋଲିସ ଓ ପ୍ରଶାସନ ଯେତେବେଳେ ଶାସକ ଦଳ ସହ ମାତି ନିର୍ବାଚନ ଲଢ଼ିବାକୁ ଗଲେ ଏମିତି ହୁଏ । ମୁଖ୍ୟମନ୍ତ୍ରୀ 7 ମାସ ହେଲା ବାହାରକୁ ବହାରିଲେନି। କିଛି ମୁହଁ ଖୋଲୁ ନାହାନ୍ତି। ସରକାରଙ୍କଠୁ ନ୍ୟାୟ ମିଳିବା ଆସାନାହିଁ । ଜଣେ ରୋଗୀ ନିଜ ପତ୍ନୀଙ୍କୁ 90 କମି ଟ୍ରଲିରେ ବୋହି ଡାକ୍ତର ଖାନା ଆଣିବାକୁ ପଡିଲା । କେହି ମୁହଁ ଖୋଲିଲେନି ।

ଭୁବନେଶ୍ୱର ଓ ତା ଉପକଣ୍ଠରେ ଏମିତି ଘଟଣା ଘଟୁଛି ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ । ନହେଲେ ସରକାର ଗାଦି ଛାଡ଼ନ୍ତୁ । ମୁଖ୍ୟମନ୍ତ୍ରୀ ଥରେ ମୁହଁ ଖୋଲନ୍ତୁ ବୋଲି ଦାବି କଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।