କଳାବଜାରୀ ନେଇ ଚାଲିଛି ଯାଞ୍ଚ : କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍

ପରିବା ମାର୍କେଟରେ ବାତ୍ୟା । ସାମଗ୍ରୀ ମହଜୁଦ୍ ସହ କଳାବଜାରୀ ନେଇ ଚାଲିଛି ଯାଞ୍ଚ କଟକ ଛତ୍ରବଜାରରେ ଆଳୁ କିଲୋ ୫୦ ଟଙ୍କା ଓ ପିଆଜ ଦାମ୍ ୭୦ ଛୁଇଁଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ଜଗତସିଂହପୁର ଜିଲାରେ ମଧ୍ୟ ଆଳୁ, ପିଆଜ ସମେତ ବିଭିନ୍ନ ପନି ପରିବା ଦର ଆକାଶ ଛୁଆଁ । କିଛି ପରିବା ତ ଦୁଇ ଗୁଣା ହେଲାଣି । ବାତ୍ୟା ଯେଭଳି କିଛି ଅସାଧୁ ବେପାରୀଙ୍କୁ ସୁଯୋଗ ଦେଉଛି, ଗ୍ରାହକଙ୍କୁ ଲୁଟିବାକୁ । କିଏ ବ୍ୟାଗ ଭର୍ତ୍ତି ପରିବା କିଣିନେଲାଣି ତ କିଏ ଆଳୁ ପିଆଜ । ରାସନ ଦୋକାନରେ ବି ଭିଡ ଜମିଛି ।