ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣକୁ ନେଇ ବିଏମସ କମିଶନରଙ୍କ ପ୍ରତିକ୍ରିୟା।

ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣକୁ ନେଇ ବିଏମସ କମିଶନରଙ୍କ ପ୍ରତିକ୍ରିୟା।

ଭୁବନେଶ୍ୱର: କାଲିଠାରୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ । ଗୃହ , ନଗର ଉନ୍ନୟନ ବିଭାଗ ଏବଂ ରାଜସ୍ୱ ବିଭାର ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକାକରଣରେ ସାମିଲ କରାଯିବ । ତେବେ ଦ୍ୱିତୀୟ ପର୍ଯ୍ୟାୟରେ ହସ୍ପିଟାଲ ପରିବର୍ତ୍ତେ ବିଭିନ୍ନ କଲ୍ୟାଣ ମଣ୍ଡପ ଓ ଗୋଷ୍ଠୀ କେନ୍ଦ୍ରରେ ଦିଆଯିବ କରୋନା ଟୀକା । ହସ୍ପିଟାଲରେ ଦୈନଦିନ କାର୍ଯ୍ୟ ଜାରି ରହିବ । ତେବେ ଦ୍ୱିତୀୟ ପର୍ଯ୍ୟାୟରେ ୧୫ ହଜାରରୁ ୨୦ ହଜାର ନାମ ପଞ୍ଜୀକୃତ ହୋଇଛି । ସେଥି ମଧ୍ୟରୁ ପୋଲିସ ବିଭାଗର ସର୍ବାଧିକ ୧୧ ହଜାର ପଞ୍ଜୀକରଣ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟକ୍ରମ ବିଏମସି ଅଞ୍ଚଳରେ ୮ ରୁ ୧୦ ଦିନ ମଧ୍ୟରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ପୋଲିସ ପାଇଁ ୭ ଟି ସେସନ୍ ରେ କରାଯିବ ଟୀକାକରଣ । ବିଏମସି ଏବଂ ରାଜସ୍ବ ବିଭାଗର ୪ ଟି ସେସନ୍ ରେ କରାଯିବ ଟୀକାକରଣ । ସେଥିପାଇଁ ମାଇକ୍ରୋ ପ୍ଲାନ୍ ମଧ୍ୟ ପ୍ରସ୍ତୁତ କରିସାରିଛୁ । ପ୍ରଥମ ପର୍ଯ୍ୟାୟରେ ୮୦ ପ୍ରତିଶତ ଲୋକ କରୋନା ଟୀକା ନେଇଛନ୍ତି ।