ବିଏମସି କମିଶନର ଙ୍କ ସାମ୍ବାଦିକ ସମ୍ମିଳନୀ

ବିଏମସି କମିଶନର ଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ରାଜଧାନୀରେ ୧୦୦୦ ତଳକୁ ଖସିଛି ଆକ୍ଭିଭ୍ କେସ୍ । ଶୀତ ଦିନ ଓ ଗହଳି ରେ ଅଧିକ ସଂକ୍ରମଣ ବଢିବ। ସେପଟେ ରାଜ୍ୟ ସରକାରଙ୍କ ବାଣ ବନ୍ଦ ନିୟମ ରାଜଧାନୀ ରେ ଲାଗୁ ହେବ। ଉଲ୍ଲଙ୍ଘନ ହେଲେ କାର୍ଯାନୁଷ୍ଠାନ। ଏଥିପାଇଁ ଏସଓପି ଜାରି କରାଯାଇଛି। ଯେଉଁମାନେ ଦୀପାବଳୀ ପାଇଁ ସାମଗ୍ରୀ ବିକ୍ରୀ କରିବେ ସେମାନଙ୍କ ଲାଗି ଅସ୍ଥାୟୀ ଦୋକାନ ପାଇଁ ସ୍ଥାନ ଚିହ୍ନଟ ହୋଇଛି । ଏଥିପାଇଁ ଜୋନାଲ ଡେପୁଟି କମିଶନରଙ୍କ ପାଖରେ ଆବେଦନ କରିବାକୁ ପଡିବ। ନିୟମାବଳୀ ଉଲଘଂନ ହେଲେ କାର୍ଯାନୁଷ୍ଠାନ ପାଇଁ ୫ଟା ଏନଫୋର୍ସମେଣ୍ଟ ସ୍କାର୍ଡ ସହ ଭ୍ରାମ୍ୟମାଣ ଓ ସଚେତନତା ପାଇଁ ଚାରିଟି ସ୍କାର୍ଡ ଗଠନ ହୋଇଛି। ସେହିପରି ବିବାହ ଉତ୍ସବ ସରକାରୀ ନିର୍ଦ୍ଦେଶ ରେ ହେବ। ଏଥିପାଇଁ ଏସଓପି କରାଯାଇଛି । ଉଲଂଘନ ହେଲେ ଜରିମାନା ଆଦାୟ ସହ କାର୍ଯାନୁଷ୍ଠାନ ହେବ।