କରୋନାରେ ପ୍ରାଣ ହରାଇଲେ ବିଏମସିର ଏନଫୋର୍ସମେଣ୍ଟ ଅଫିସର

କରୋନାରେ ପ୍ରାଣ ହରାଇଲେ ବିଏମସିର ଏନଫୋର୍ସମେଣ୍ଟ ଅଫିସର ପ୍ରଫୁଲ କୁମାର ବେହେରା

କରୋନାରେ ପ୍ରାଣ ହରାଇଲେ ବିଏମସିର ଏନଫୋର୍ସମେଣ୍ଟ ଅଫିସର ପ୍ରଫୁଲ କୁମାର ବେହେରା । ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ସେ ଆଦିତ୍ୟ ଅଶ୍ବିନ୍ ହସପିଟାଲରେ ଶେଷ ନିଶ୍ବାସ ତ୍ୟାଗ କଲେ । କାର୍ଯ୍ୟରତ ଅବସ୍ଥାରେ ପ୍ରାଣ ହରାଇ ଥିବାରୁ ତାଙ୍କୁ ବିଏମସି ତରଫରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ବିଏମସି କମିସନର ପ୍ରେମ୍ ଚନ୍ଦ୍ର ଚୌଧୁରୀଙ୍କ ସମେତ ବରିଷ୍ଠ ବିଜେଡି ନେତା ଅରୁପ ପଟ୍ଟନାୟକ ଓ ବିଏମସି, ବିଡିଏ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ କର୍ମଚାରୀଙ୍କ ତରଫରୁ ଶେଷ ସମ୍ମାନ ପ୍ରଦାନ କରାଯାଇଛି । ସତ୍ୟ ନଗର ଶ୍ମଶାନରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ପ୍ରଫୁଲ ୧୯୮୪, ୨୫ ସେପଟେମ୍ବରରେ ଭାରତୀୟ ସେନାରେ ସିପୀହୀ ଭାବେ ଯୋଗ ଦେଇ ସୁବେଦାର ଭାବେ ୨୮ ବର୍ଷ ଦେଶର ସେବା କରି ଅବସର ନେଇଥିଲେ । ଏହୈ ପରେ ସେ ବିଡିଏର ଏନଫୋର୍ସମେଣ୍ଟ ଅଫିସର ଭାବେ ଯୋଗ ଦେଇଥିଲେ ୨୦୧୫ରେ । ଏହାର ଠିକ୍ ୨ ମାସ ପରେ ସେ ବିଏମସିକୁ ବଦଳି ହୋଇ ଆଜି ଯାଏଁ କାର୍ଯ୍ୟ କରି ଆସୁଥିଲେ । ସେ କରୋନା ଡ୍ୟୁଟିରେ ନିୟୋଜିତ ଥିଲେ । ପ୍ରଫୁଲଙ୍କ ନିଜ ଘର ମାହାଙ୍ଗା ବାଣପୁରରେ । ତାଙ୍କର ପତ୍ନୀ ଗୋଟିଏ ପୁଅ ଓ ଝିଅ ଅଛନ୍ତି । ତାଙ୍କୁ ଏଥି ପାଇଁ ସହୀଦର ମାନ୍ୟତା ପ୍ରଦାନ କରାଯାଇଛି ।