ବିଏମସି ସିଲ କଲା ଭୁବନେଶ୍ୱରରେ ୪ ସରକାରୀ କାର୍ଯ୍ୟାଳୟ ସମେତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ

ବିଏମସି ସିଲ କଲା ଭୁବନେଶ୍ୱରରେ ୪ ସରକାରୀ କାର୍ଯ୍ୟାଳୟ ସମେତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ

ଭୁବନେଶ୍ୱର, ୨୯/୦୪: ଆଜି ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଭୁବନେଶ୍ୱରର ଚାରିଟି ସରକାରୀ ଅଫିସ ଏବଂ ଶ୍ରୀୟା ଛକ ନିକଟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ରାଞ୍ଚକୁ କୋଭିଡ ପଜିଟିଭ ମାମଲା ବହାରିବା ପରେ ସିଲ  କରିଛି ଚାରି ଦିନ ଧରି ଏହି ବ୍ୟାଙ୍କକୁ ସିଲ୍ କରାଯାଇଥିବାବେଳେ ଭୁବନେଶ୍ୱର ସବ୍ କଲେକ୍ଟର କାର୍ଯ୍ୟାଳୟ, ଭୁବନେଶ୍ୱର ତହସିଲଦାରଙ୍କ କାର୍ଯ୍ୟାଳୟ, ଖଣ୍ଡଗିରି ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ଏବଂ ଭୁବନେଶ୍ୱର ଜିଲ୍ଲାସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ କୁ ସାତ ଦିନ ପାଇଁ ସିଲ୍ କରାଯାଇଛି ଏହି କାର୍ଯ୍ୟାଳୟ ଏବଂ ବ୍ୟାଙ୍କର ପରିସରକୁ ସାନିଟାଇଜ କରାଯିବ ସେପଟେ କାର୍ଯ୍ୟାଳୟକୁ ପ୍ରବେଶ ଉପରେ ବାରଣ କରାଯାଇଛି