ରିୟାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ରିୟାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଏବଂ ଡ୍ରଗ୍ସ ଲିଙ୍କ ମାମଲା ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ । ଏହି ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ । ୨୮ ଦିନ ବିଭାଗୀୟ ହାଜତରେ ରହିବା ପରେ ମିଳିଛି ଏହି ଜାମିନ । ଏହା ସହ ୧ ଲକ୍ଷ ଟଙ୍କା ଓ ପାସପୋର୍ଟକୁ ଥାନାରେ ଦାଖଲ କରିବେ ଏବଂ କୋର୍ଟଙ୍କ ବିନା ଅନୁମତିରେ ଦେଶ ଛାଡି ଯାଇପାରିବେ ନାହିଁ । ସୂଚନାଯୋଗ୍ୟ ଯେ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ସମ୍ବନ୍ଧିତ ମାମଲାରେ ତାଙ୍କୁ ଏନସିବି ଗିରଫ କରାଯାଇଥିଲା ।