ତାତିରେ ବ୍ରେକ୍

କାଶରୁ ଅଗ୍ନିବର୍ଷାରେ ଲାଗିଲା ବ୍ରେକ୍ । ଆଶ୍ୱସ୍ତି ଆଣିଲା କାଳବୈଶାଖୀ ବର୍ଷା । ଆଜି ବି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ । ଗତକାଲି ଅପେକ୍ଷା ଆଜି ବର୍ଷାର ପରିମାଣ ବଢିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ୨ ଦିନ ରାଜ୍ୟର କିଛି ସ୍ଥାନରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ହାଲକା ପବନ ବହିବା ନେଇ ସୂଚନା ରହିଛି । ଗତକାଲି ସନ୍ଧ୍ୟାରେ ଟୁଇନ ସିଟି ସମେତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବା ଫଳରେ ପ୍ରାୟ ୭ଦିନ ଧରି ଖରାରେ ଆଉଟୁ ପାଉଟୁ ହେଉଥିବା ଲୋକଙ୍କୁ ତାତିରୁ ତ୍ରାହି ମିଳିଛି।