ଆଜି ବଜେଟ

ଜି ଆସିବ ୨୦୨୪-୨୫ ବଜେଟ। ସପ୍ତମ ଥର ଲାଗି ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପୂର୍ଣ୍ଣାଙ୍ଗ ବଜେଟର ରୂପରେଖ କଣ ରହିବ ତାହା ଉପରେ ରହିଛି ଦେଶବାସୀଙ୍କ ନଜର। ଦେଶରେ ଅର୍ଥନୈତିକ ଅଭିବୃଦ୍ଧି, ନୂଆ ଯୋଜନା, ନୂଆ ଆର୍ଥିକ ନୀତି ଆଦି ଉପରେ ଫୋକସ କରିବେ ନିର୍ମଳା। ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟର ଆକାର ୪୭.୬୬ ଲକ୍ଷ କୋଟି ଟଙ୍କା ହେବା ଆଶା ରହିଛି। ସାଧାରଣ, ମଧ୍ଯବିତ୍ତ ବର୍ଗଙ୍କ ପାଇଁ ଏଥରର ବଜେଟରେ ଗୁରୁତ୍ବ ମିଳିବା ଆଶା ରହିଛି।