ବାରିପଦାରେ ଲଗାଣ ବର୍ଷାରେ ଭୁଶୁଡ଼ିଲା କୋଠା

ବାରିପଦାରେ ଲଗାଣ ବର୍ଷାରେ ଭୁଶୁଡ଼ିଲା କୋଠା

ଲଗାଣ ବର୍ଷା ଯୋଗୁଁ ବାରିପଦାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଫଳରେ ଜରାଳି ଓ ସରାଳି ନଦୀରେ ଜଳସ୍ତର ବଢିବା ସହିତ ସହରର ୫ଟି ୱାର୍ଡ ଜଳଘେରରେ ରହିବା ସହ ଲୋକଙ୍କ ଘରେ ଏବେ ବନ୍ୟା ଜଳ ପଶିଛି। ଏକ ଦୁଇ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଘର ଭିତରେ ଥିବା ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଯାଇଥିବା ବେଳେ ଭୁଶୁଡ଼ିବା ବେଳେ ଘରେ ଉପସ୍ଥିତ ନ ଥିବାରୁ କେହି ମୃତାହତ ହୋଇ ନାହାନ୍ତି । ସ୍ଥାନୀୟ ପ୍ରଶାସନ ବିଭିନ୍ନ ସ୍ଥାନରେ ପହଞ୍ଚି ଲୋକମାନଙ୍କ ସୁରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିଛି ।