ବିନା କୋଭିଡ୍ ପ୍ରୋଟୋକଲରେ ପୋତିଦେଲେ ଶବ, ୨୧ ଜଣଙ୍କ ମୃତ୍ୟୁ

ବିନା କୋଭିଡ୍ ପ୍ରୋଟୋକଲରେ ପୋତିଦେଲେ ଶବ, ୨୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୯।୫ ସିକର ଜିଲ୍ଲା ଅନ୍ତର୍ଗତ ଏକ ଗାଁର ଗ୍ରାମବାସୀ କରୋନା ରୋଗୀଙ୍କୁ ବିନା କୋଭିଡ୍ ପ୍ରୋଟୋକଲରେ ପୋତି ଦେଇଥିଲେ । ପରବର୍ତ୍ତୀ ସମୟରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗତ ଏପ୍ରିଲ ୧୫ରୁ ମେ ୫ ମଧ୍ୟରେ କରୋନାରେ କେବଳ ୪ ଜଣ ମୃତ୍ୟୁବରଣ କରିଥିବା ଜଣେ ଅଧିକାରୀ ଦାବି କରିଛନ୍ତି । ଅଧିକାରୀ ଜଣକ କହିଛନ୍ତି ଯେ, ଗତ ମାସ ୨୧ ତାରିଖରେ ସିକର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ୧୫୦ ଜଣ ଭାଗ ନେଇଥିଲେ । କୌଣସି ବ୍ୟକ୍ତି କୋଭିଡ୍ ଗାଇଡଲାଇନକୁ ଅନୁସରଣ କରିନଥିଲେ । ମୃତଦେହକୁ ପ୍ଲାଷ୍ଟିକ ବ୍ୟାଗରୁ ବାହାରକୁ ଆଣିବା ସମୟରେ ଅନେକ ଲୋକ ଶବକୁ ସ୍ପର୍ଶ କରିଥିଲେ ।