ଜୁନ ଶେଷ ସୁଦ୍ଧା ଭାରତରେ ୯୩%କୁ ହ୍ରାସ ପାଇବ କରୋନା

ଜୁନ ଶେଷ ସୁଦ୍ଧା ଭାରତରେ ୯୩%କୁ ହ୍ରାସ ପାଇବ କରୋନା

ନୂଆଦିଲ୍ଲୀ ୨୭।୫: ଜୁନ ଶେଷ ସୁଦ୍ଧା ଭାରତରେ ୯୩%କୁ ହ୍ରାସ ପାଇବ କରୋନା ନୂଆ ସଂକ୍ରମଣ । ସେହି ପରି ଅଗଷ୍ଟ ୩୧ ବେଳକୁ ଦେଶରୁ ଭୂତାଣୁର ଦ୍ୱିତୀୟ ଲହର ବିଦାୟ ପ୍ରସ୍ତୁତି କରୁଥିବ । ଏଭଳି ପୂର୍ବାନୁମାନ କରିଛନ୍ତି କୋଭିଡ-୧୯ର ଗାଣିତିକ ମଡେଲ ପ୍ରସ୍ତୁତ କରୁଥିବା ଦେଶର ଶୀର୍ଷ ସଂସ୍ଥାନ ମ୍ୟାଥମେଟିକାଲ ମଡେଲ‘ସୂତ୍ର’ । ଆଇଆଇଟି ପ୍ରଫେସର ଏମ.ବିଦ୍ୟାସାଗର, ଆଇଇଟି କାନପୁର ପ୍ରଫେସର ମନିନ୍ଦ୍ର ଅଗ୍ରୱାଲ ଓ ଲେଫ୍ଟନାଣ୍ଟ ଜେନେରାଲ ମାଧୁରୀ କାନିତକର ଏହି ମ୍ୟାଥମେଟିକାଲ ମଡେଲର ବିକାଶ କରିଛନ୍ତି।ଗାଣିତିକ ମଡେଲ ବିଶେଷଜ୍ଞଙ୍କ ଅନୁସାରେ ଜୁନ୍ ୩୦ ସୁଧା ହାରାହାରି ଦୈନିକ ନୂଆ ସଂକ୍ରମଣ ୧୫ ହଜାର ୫୨୦କୁ ଖସି ଆସିଥିବ। ୨୬ ମେ ଦୈନିକ ସଂକ୍ରମଣ ହାର ୨ଲକ୍ଷ ୮ ହଜାର ୯୨୧ର ଏହା ହାରାହାରି ୭ ପ୍ରତିଶତରୁ ମଧ୍ୟ କମ୍। ଦେଶରେ କୋଭିଡ ସଂକ୍ରମଣ ମେ ୭କୁ ତାର ଚରମ ପର୍ଯ୍ୟାୟକୁ ପହଞ୍ଚିବ ବୋଲି ୩ ସଦସୀୟ ଜାତୀୟ କୋଭିଡ-୧୯ ସୁପରମଡେଲ କମିଟିର ମୁଖ୍ୟ ପ୍ରଫେସର ବିଦ୍ୟାସାଗର କହିଥିଲେ। ସେହି ଅନୁସାରେ ଏବେ ଦେଶରେ ନୂଆ ସଂକ୍ରମଣ ଓ ଆକ୍ଟିଭ ମାମଲା ସଂଖ୍ୟା ଏବେ ହ୍ରାସ ହେବାରେ ଲାଗିଛି।ମେ ଶେଷ ସହ ଦେଶରେ ଦେଶରେ କୋଭିଡ-୧୯ ଦ୍ୱିତୀୟ ଲହର ସଂକ୍ରମଣ ହାର ଦ୍ରୁତ ହ୍ରାସହେବା ନେଇ ସୂତ୍ର ଗଣନା କରିଥିବା ବେଳେ ଅଗଷ୍ଟ ୩୧ ତାରିଖ ବେଳକୁ ଦେଶରେ ଦୈନିକ ଅତି ବେଶିରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୩୦୫କୁ ପହଞ୍ଚିବ। ସେହି ଅନୁସାରେ ଓଡିଶାରେ ଗତ ମେ ୧୫ ତାରିଖ ଦିନ ସଂକ୍ରମଣ ତାର ଚରମରେ ପହଞ୍ଚିବା ସହ ଏବେ ତଳମୁହାଁ ହୋଇଛି। ଯାହା ଜୁନା ୩୧ ବେଳକୁ କ୍ରମଶଃ ହ୍ରାସ ହୋଇ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୫ଶହରୁ ବି ତଳକୁ ଖସିଆସି ଥିବ। ତେବେ ଅଗଷ୍ଟ ୩୧ ବେଳକୁ ଦେଶରୁ କରୋନା ଦ୍ୱିତୀୟ ଲହର ବିଦାୟ ନେଉଥିବା ଏହି ମ୍ୟାଥମେଟିକ ମଡେଲ ସ୍ପଷ୍ଟ କରୁଛି।