ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଭୁବନେଶ୍ୱର: ରାଜ୍ୟର ୨ଟି ବିଧାନସଭା ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ଆସନ୍ତା ନଭେମ୍ବର ୩ରେ ବାଲେଶ୍ଵର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହେବ।  ଅକ୍ଟୋବର ୧୬ ନାମାଙ୍କନ ଦାଖଲର ଶେଷ ଦିନ । ସେହିପରି ଅକ୍ଟୋବର ୧୭ରେ ଯାଞ୍ଚ, ୧୯ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହର ତାରିଖ ରହିଛି । ଏହା ସହ ନଭେମ୍ବର ୧୦ରେ ଭୋଟଗଣତି ହେବ । ଉପନିର୍ବାଚନ ନେଇ ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ତାରିଖ ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ, ତିର୍ତ୍ତୋଲର ବିଧାୟକ ବିଷ୍ଣୁ ଦାସ ଓ ବାଲେଶ୍ୱର ବିଧାୟକ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ଉଭୟ ସଦର ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି।