ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା – ୨ କାର ମୁହାଁମୁହିଁରେ ୪ମୃତ, ୨ ଗୁରୁତର

ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା – ୨ କାର ମୁହାଁମୁହିଁରେ ୪ମୃତ, ୨ ଗୁରୁତର

ବୁଧବାର ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଥାନା ଅନ୍ତୁର୍ଗତ ନାଲକୋ ଛକରେ ଦୁଇଟି କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଉକ୍ତ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକମାନେ ହେଲେ ନିଳାଦ୍ରୀବିହାର ଅଞ୍ଚଳର ଘନଶ୍ୟାମ ଦାସଙ୍କ ମା, ତାଙ୍କ ଡ୍ରାଇଭର ଓ ତାଙ୍କର ଦୁଇ ସହଯୋଗୀ । ତେବେ ଉକ୍ତ ଦୁର୍ଘଟଣାରେ ଘନଶ୍ୟାମ ଦାସ ଓ ତଙ୍କ ପତ୍ନୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହ ଉକ୍ତ କାର ଭିତରୁ କିଛି ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି ବୋଲି ପୋଲିସ ସୂଚନା ଦେଇଛି। ଧକ୍କା ହୋଇଥିବା କାର ଦ୍ୱୟର ନମ୍ବର OD33Y3649 ଓ OD02AA8100 ଜଣାପଡ଼ିଛି।