୩୧ ଜୁଲାଇ ସୁଦ୍ଧା CBSE ଦ୍ୱାଦଶ ରେଜଲ୍ଟ, ଦଶମ ଓ ଏକାଦଶ ମାର୍କ ଆଧାରରେ ଫଳାଫଳ

୩୧ ଜୁଲାଇ ସୁଦ୍ଧା CBSE ଦ୍ୱାଦଶ ରେଜଲ୍ଟ, ଦଶମ ଓ ଏକାଦଶ ମାର୍କ ଆଧାରରେ ଫଳାଫଳ

ନୂଆଦିଲ୍ଲୀ,୧୭/ : CBSE ବୋର୍ଡର ଦ୍ୱାଦଶ ମାର୍କସିଟ୍ ପ୍ରସ୍ତୁତ କରିବାକୁ ନେଇ ଗଠିତ ୧୩ ଜଣିଆ କମିଟି ଗୁରୁବାର ଦିନ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛି ସିବିଏସଇ କହିଛି ଯେ, ଦଶମ, ଏକାଦଶ ଦ୍ୱାଦଶ ପ୍ରି ବୋର୍ଡ ରେଜଲ୍ଟକୁ ଭିତ୍ତି କରି ଦ୍ୱାଦଶର ଫାଇନାଲ ରେଜଲ୍ଟ ପ୍ରକାଶ ପାଇବ ୩୧ ଜୁଲାଇରେ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସୁପ୍ରିମକୋର୍ଟରେ କହିଛନ୍ତି କେନ୍ଦ୍ର ସରକାରଙ୍କ ଆଟର୍ଣ୍ଣିଂ ଜେନେରାଲ ସିବିଏସଇ କହିଛି ଯେ, ଦଶମରେ ୫ଟି ବିଷୟରୁ ୩ଟି ବଷୟରେ ରଖିଥିବା ସବୁଠାରୁ ଭଲ ମାର୍କକୁ ନିଆଯିବ, ସେହିପରି ଏକାଦଶରେ ୫ଟି ବିଷୟର ଆଭରେଜ ଦ୍ୱାଦଶ ପ୍ରି ବୋର୍ଡରେ ଲିଖିତ ପ୍ରାକ୍ଟିକାଲ ପରୀକ୍ଷାର ନମ୍ବର ନିଆଯିବ ଦଶମ ନମ୍ବରକୁ ୩୦ ପ୍ରତିଶତ, ଏକାଦଶର ୩୦ ପ୍ରତିଶତ ଦ୍ୱାଦଶ ନମ୍ବରର ୪୦ ପ୍ରତିଶତ ହିସାବକୁ ନେଇ ରେଜଲ୍ଟ ପ୍ରକାଶ ପାଇବ ସୁପ୍ରିମକୋର୍ଟରେ ସିବିଏସଇ ଆହୁରି ମଧ୍ୟ କହିଛି ଯେ, ରେଜଲ୍ଟ ପାଇଁ ଗଠିତ ସମିତି ପରୀକ୍ଷାର ବିଶ୍ୱସନୀୟତା ଆଧାରରେ ନିଷ୍ପତ୍ତି ନେଇଛି ସ୍କୁଲକୁ ପ୍ରିବୋର୍ଡ ପରୀକ୍ଷାର ନମ୍ବର ପ୍ରଦାନ କରିବାକୁ ହେବ ସିବିଏସଇ ଦ୍ୱାରା ପରିଚାଳିତ ହଜାରରୁ ଅଧିକ ସ୍କୁଲରୁ ପ୍ରତ୍ୟୋକ ପାଇଁ ପରିଣାମ ସମିତି ଗଠନ କରାଯିବ ସ୍କୁଲର ବରିଷ୍ଠ ଶିକ୍ଷକ ପଡୋଶୀ ସ୍କୁଲର ଜଣେ ମଡରେସନ୍ କମିଟି ଭାବେ କାର୍ଯ୍ୟ କରିବେ ଯେପରି ସ୍କୁଲ ଅଧିକ ମାର୍କ ବା ବଢାଇ ଚଢାଇ ମାର୍କ ନଦିଏ ତା ଉପରେ ନଜର ରଖାଯିବ ଏହି କମିଟି ଛାତ୍ରଙ୍କ ଗତ ବର୍ଷର ପ୍ରଦର୍ଶନକୁ ମୂଲ୍ୟାୟନ କରିବ ସୂଚନାଯୋଗ୍ୟ, ଗତ ଜୁନ ତାରିଖରେ ସିବିଏସଇ ଆସେସମେଣ୍ଟ୍ ପଲିସି ପାଇଁ ୧୩ ଜଣିଆ କମିଟି ଗଠନ କରିଥିଲା କମିଟିଖୁ ରିପୋର୍ଟ ପ୍ରଦାନ ପାଇଁ ୧୦ ଦିନ ସମୟ ଦିଆଯାଇଥିଲା ରେଜଲ୍ଟକୁ ନେଇ ଅନେକ ଆଲୋଚନା କରାଯାଇଥିଲା ଏହାସହ ଛାତ୍ରମାନେ ଯଦି ରେଜଲ୍ଟକୁ ନେଇ ଖୁସି ନଥିବେ ସେମାନେ ସ୍ଥିତି ସୁଧୁରିଲେ ଆଉ ଥରେ ପରୀକ୍ଷା ଦେଇପାରିବେ ବୋଲି ସରକାର କହିଥିଲେ