ଗ୍ରାମାଞ୍ଚଳରେ ନୂତନ ଉଦ୍ୟୋଗୀ ସୃଷ୍ଟି ନିମନ୍ତେ ଏନ୍ଆଇଟି ରାଉରକେଲାକୁ କେନ୍ଦ୍ର ସରକାରଙ୍କ ୧ କୋଟି ଟଙ୍କାର ଅନୁଦାନ

ଗ୍ରାମାଞ୍ଚଳରେ ନୂତନ ଉଦ୍ୟୋଗୀ ସୃଷ୍ଟି ନିମନ୍ତେ ଏନ୍ଆଇଟି ରାଉରକେଲାକୁ କେନ୍ଦ୍ର ସରକାରଙ୍କ ୧ କୋଟି ଟଙ୍କାର ଅନୁଦାନ

ରାଉରକେଲା: ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ-ଏନ୍ଆଇଟିରେ କାର୍ଯ୍ୟରତ ଫାଉଣ୍ଡେସନ ଫର୍ ଟେକ୍ନୋଲୋଜି ଆଣ୍ଡ୍ ବିଜିନେସ୍ ଇନ୍କ୍ୟୁବେସନ-ଏଫ୍‌ଟିବିଆଇ ପକ୍ଷରୁ ନୂତନ ଉଦ୍ୟୋଗୀ ଆରମ୍ଭ ନିମନ୍ତେ ଯୁବ ଉଦ୍ୟୋଗୀ ଓ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ସହ ବିଭିନ୍ନ ବୈଷୟିକ ସହାୟତା ପ୍ରଦାନ କରାଯାଉଛି। ଯୁବ ଉଦ୍ୟୋଗୀଙ୍କକୁ ଆନସୁଙ୍ଗିକ ସହାଯ୍ୟ ସହଯୋଗ ଯୋଗାଇ ଇତିମଧ୍ୟରେ ପଚାଶରୁ ଅଧିକ ଷ୍ଟାର୍ଟ୍ଙ ଅପ୍ ଉଦ୍ୟୋଗ ଏଠାରୁ ସୃଷ୍ଟି କରାଗଲାଣି। ଇତିମଧ୍ୟରେ ଏଫ୍‌ଟିବିଆଇକୁ କେନ୍ଦ୍ର ସରକାରଙ୍କ ଅନୂ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ- ଏମ୍ଏସ୍ଏମ୍ଇ ବିଭାଗ ପକ୍ଷରୁ ୧ କୋଟି ଟଙ୍କାର ଅନୁଦାନ ମିଳିଛି। ଏହି ଅନୁଦାନରେ ଅନୁଷ୍ଠାନରେ ଜୀବିକା ବ୍ୟବସାୟ ମିଶନ ପ୍ରତିଷ୍ଠା କରାଯାଇ ଗ୍ରାମାଞ୍ଚଳର ଯୁବ ଉଦ୍ୟୋଗୀଙ୍କ ସାମଗ୍ରିକ ବିକାଶ କରାଯିବ। ଏହି ମିଶନ ବିଶେଷ କରି ବିଜ୍ଞାନ, ପ୍ରଯୁକ୍ତି ଓ ଗବେଷଣା ସମ୍ପର୍କରେ କାର୍ଯ୍ୟ କରିବ। ଏହା ମାଧ୍ୟମରେଗ୍ରାମାଞ୍ଚଳରେ ଥିବା ଆଶାୟୀ ଯୁବ ଉଦ୍ୟୋଗୀ, ମାନଙ୍କୁ ଚିହ୍ନଟ କରିବା। ପରେ ସେମାନଙ୍କୁ ଉଦ୍ୟୋଗ ଆରମ୍ଭ ସମ୍ପର୍କୀତ ବିଭିନ୍ନ ପ୍ରଶିକ୍ଷଣ ଦିଆଯିବ। ଏହାଦ୍ବାରା ସେମାନେ ଆବଶ୍ୟକ ଜ୍ଞାନକୌଶଳ ସହାୟତାରେ ସ୍ଥାନୀୟ ଅଞ୍ଚଳର ଅର୍ଥନୀତି ବୃଦ୍ଧି ଓ ଜୀବନଜୀବିକାର ବିକାଶ ହୋଇପାରିବ୤ ଏଫ୍‌ଟିବିଆଇର ଭାରପ୍ରାପ୍ତ ଅଧିକାରୀ ତଥା ରସାୟନ ବିଭାଗର ସହକାରୀ ପ୍ରଫେସର ଡ. ଦେବାୟନ ସରକାର ସୂଚନା ଦେଇ ଏଫ୍‌ଟିବିଆଇ ଆରମ୍ଭ ଦିନରୁ ଏହା ଏକାଧିକ କୃତିତ୍ବ ହାସଲ କରିଛି ବୋଲି କହିଛନ୍ତି୤ ଏଠାରେ ଅତ୍ୟାଧୁନିକ ଜ୍ଞାନକୌଶଳ, ଗବେଷଣା ପାଇଁ ଥିବା ଲ୍ୟାବ୍, ବ୍ୟବସାୟ କରିବାର ବିଧି ପାଇଁ ଶୈକ୍ଷିକ ପରିବେଶ ସୃଷ୍ଟି ଆଦି ଏକାଧିକ ସେବା ଉପଲବ୍ଧ। ସଂପ୍ରତି ଏମ୍ଏସ୍ଏମ୍ଇର ଅନୁଦାନ ଏହି ସେବାଗୁଡ଼ିକୁ ଆହୁରି ବ୍ୟାପକ ଓ ତ୍ବରାନ୍ବିତ କରିବ। ଏହାଦ୍ବାରା ଅଞ୍ଚଳର ବହୁ ମେଧାବି ଯୁବକଯୁବତୀ ନିଜେ ସ୍ବାବଲମ୍ବୀ ହୋଇପାରିବେ। ଏହ ସହ ଅଞ୍ଚଳର ଆବଶ୍ୟକତାକୁ ମେଣ୍ଟାଇ ଅର୍ଥନୀତିରେ ବିକାଶ ହେବବୋଲି ପ୍ରଫେସର ସରକାର କହିଛନ୍ତି।